ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Feb 13, 2025 - 20:51
 0  23
ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ନୂଆପଡ଼ା : ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଚୁଲାଭାଟରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରବୋଧ ହୋତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ବିଗତ ଦଶ ବର୍ଷ ରେ ବିଦ୍ୟାଳୟରେ ବିତାଇଥିବା ଅଭୁଲା ମୁହୂର୍ତ୍ତ ଗୁଡ଼ିକ ମନେ ପକାଇ ଥିଲେ। ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ସ୍କୁଲ୍ ରେ ଅତିବାହିତ କରିଥିବା ସମୟର କିଛି ଅଭୁଲା ସ୍ମୃତି କୁ ସ୍ମାର୍ଟ ବୋର୍ଡ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଆଗାମୀ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବ ପାଇଁ ପ୍ରଧାନ ଶିକ୍ଷକ ଶୁଭେଚ୍ଛା ଜଣାଇଥିଲେ । ଆଦିବାସୀ ଅଧ୍ୟୁଷିତ ଇଲାକାରେ ଶିକ୍ଷାର ସ୍ତମ୍ଭ ସଦୃଶ ଦଣ୍ଡାୟମାନ ଏହି ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନେ ଶିକ୍ଷା ସହିତ ଜୀବନ ଧାରଣର କୌଶଳ ଶିଖିବା ସହ ସୁନାଗରିକ ହେବାର ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ପାରିଛୁ ବୋଲି ମତବ୍ୟକ୍ତ କରିଥିଲେ। ନବମ ଶ୍ରେଣୀ ର ଛାତ୍ର ପୁରନ୍ଦର ରଣା ଓ ଛାତ୍ରୀ ପ୍ରତିଜ୍ଞା ସାହୁ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଶିକ୍ଷକ ସଚିନ ଭୁ ସାଗର, ମୋହିନୀ ସୁନା, ହୃଷିକେଶ ଜଗତ , ଟିକେଲାଲ ମାଝି, ତ୍ରିଲୋଚନ ମାଝି, ସୁନିତା ସାହୁ, ଜ୍ୟୋତ୍ସ୍ନା ମୟୀ ବିଶି ଓ ଲୋଚନ କେଉଟ ପ୍ରଭୃତି ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷକ ତୁଳସୀ ପ୍ରସାଦ ବେହେରା ବିଦାୟ ସଙ୍ଗୀତ ପରିବେଷଣ କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ