ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ
ପଡ଼ିଆ, ୫/୧୧ : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କୁର୍ତ୍ତୀ ଗ୍ରାମରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀଙ୍କ ଉପସ୍ଥିତିରେ ବିଜେଡି ଓ କଂଗ୍ରେସ ଦଳର ୫୦ରୁ ଊର୍ଦ୍ଧ୍ୱ ନେତା ଓ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି। ଏହି ମିଶ୍ରଣ ପର୍ବରେ ଶିମିଳିବାଞ୍ଛା ପଞ୍ଚାୟତର ବିଜେଡି ନେତା ମାଧବ ଚନ୍ଦ୍ର ସରକାରଙ୍କ ସମେତ ସୁକ୍ରା ମାଡ଼କାମୀ, ରାଗାଂ ମାଡ଼କାମୀ, ବିନୟ ରାୟ, ନିର୍ମଳ ଦାସ, ତାରାପଦ ରାୟଙ୍କ ସମେତ ବହୁ ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଥିଲେ। ଏହି ଅବସରରେ ପଡ଼ିଆ ମଣ୍ଡଳ ପ୍ରଭାରୀ ନାରାୟଣ ସରକାର, ବିଜେପି ଜିଲ୍ଲା ସମ୍ପାଦକ ନିହାର ରାୟ, ମଣ୍ଡଳ ମହିଳା ସଭାପତି ରେଶମା ମହାପାତ୍ର, ମନ ଦୀପଙ୍କର ରାୟ, ପ୍ରଦୀପ ସରକାର, ଦୁଲା ମାଡ଼କାମୀ, ଜଗା କାମରାମୀ ଓ ନର୍ମଦା କାମରାମୀଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0