ବାର୍ଷିକ ମହୋତ୍ସବ ପାଳିତ

Feb 26, 2025 - 22:51
 0  16
ବାର୍ଷିକ ମହୋତ୍ସବ ପାଳିତ

ନୂଆପଡ଼ା : ପରକୋଡ କ୍ଲଷ୍ଟର୍ ସ୍ଥିତ ବଲୋଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି | ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିଲୋଚନ ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବ ରେ ସରପଞ୍ଚ ଶ୍ରୀଯୁକ୍ତ ପ୍ରେମଲାଲ ନାଏକ ଏବଂ ବୁଢ଼ୀପାଳି ସିଆରସିସି ଶ୍ରୀଯୁକ୍ତ ଦେଓ ଲାଲ ବାଗ ଏବଂ ପରକୋଡ଼ ସିଆରସିସି ଦେଓରାମ ସତନାମୀ ମୁଖ୍ୟ ଅତିଥି, ପରିଚାଳନା କମିଟି ର ଉପ ସଭାପତି ଶ୍ରୀ ରେୱଲ ମହାନନ୍ଦ, ଡୋଟୋ ର ପ୍ରଧାନ ଶିକ୍ଷକ ଶ୍ରୀ ଈଶ୍ୱର ମାଝୀ, ଚି଼ଙ୍ଗରାସରା ର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ବାଗ, ସେମେରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରୀ ପ୍ରଦୀପ କୁମାର ସାହୁ ,ଭୁଷୁଡି ର ପ୍ରଧାନ ଶିକ୍ଷକ ଶ୍ରୀ ଚମରୁ ତାଣ୍ଡି ଉପସ୍ଥିତ ଥିଲେ । ଶ୍ରୀ ଜଗଦୀଶ ସାହୁ ଏବଂ ଶ୍ରୀମତୀ କିରଣ ସାହୁ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟ ର ସହଶିକ୍ଷକଗଣ ଶ୍ରୀମତୀ ଇଲା ସାହୁ, ଶ୍ରୀ ଦୈତାରୀ ନାଗ ଏବଂ ସୁନିତା ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ