ବାରିପଦାସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଞ୍ଜଦେଓ ବିଶ୍ୱ ବିଦ୍ୟାଳୟ କନ ଭେନସନ ହଲ ଠାରେ ‘ପିଏମ୍‌ ବିଶ୍ୱକର୍ମା’ ଓ ‘ରାଷ୍ଟ୍ରୀୟ ଏସ୍‌.ଟି-ଏସ୍‌.ସି ହବ୍‍’ କନ୍‌କ୍ଲେଭ୍‌ ଅନୁଷ୍ଟିତ

Apr 16, 2025 - 20:52
 0  29
ବାରିପଦାସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଞ୍ଜଦେଓ ବିଶ୍ୱ ବିଦ୍ୟାଳୟ କନ ଭେନସନ ହଲ ଠାରେ ‘ପିଏମ୍‌ ବିଶ୍ୱକର୍ମା’ ଓ ‘ରାଷ୍ଟ୍ରୀୟ ଏସ୍‌.ଟି-ଏସ୍‌.ସି ହବ୍‍’ କନ୍‌କ୍ଲେଭ୍‌ ଅନୁଷ୍ଟିତ

ପିଏମ୍ ବିଶ୍ୱକର୍ମା ଯୋଜନାରେ ରାଜ୍ୟର ୧,୦୫,୩୬୧ ହିତାଧିକାରୀ ପଞ୍ଜୀକୃତ, ୧୮ ପ୍ରକାର କୌଳିକ ବୃତ୍ତି ସଂଯୁକ୍ତ ବାରିପଦା : ଆଜି ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ସମାଜରେ ବହୁ ପୁରାତନ କାଳରୁ ବିଶ୍ୱକର୍ମା ମାନେ ଯଥା-ବଢେଇ, ରାଜମିସ୍ତ୍ରୀ, କୁମ୍ଭାର, ମୁର୍ତ୍ତିକାର, ବଣିଆ, ଡୋକ୍ରା କାରିଗର, ଚମଡା କାରିଗର, ନଡିଆ କତା ଶିଳ୍ପୀଙ୍କ ପରି ଅନେକ ଅନ୍ୟାନ୍ୟ କାରିଗର ନିଜର କୌଶଳ ଦ୍ୱାରା ଦେଶ ଓ ରାଜ୍ୟକୁ ସମୃଦ୍ଧ କରିଛନ୍ତି। ଏହି ପରମ୍ପରାକୁ ଅଧିକ ସମୃଦ୍ଧ ଓ ଗରିମାମୟ କରିବା ଏବଂ ଏହି ପାରମ୍ପାରିକ ଶିଳ୍ପୀ ଓ କାରିଗର ମାନଙ୍କୁ ଯଥୋଚିତ ସମ୍ମାନ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ମସିହାରେ ପିଏମ୍ ବିଶ୍ୱକର୍ମା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ବଢେଇ, ଡଙ୍ଗା ନିର୍ମାତା, କମାର, ବଣିଆ, କୁମ୍ଭକାର, ମୂର୍ତ୍ତିକାର, ପଥର ଖୋଦେଇକାରୀ, ଜୋତା କାରିଗର, ରାଜମିସ୍ତ୍ରୀ, ନଡିଆ କତା ଶିଳ୍ପୀ, ଝୁଡି/ ଗାଲିଚା କାରିଗର, କଣ୍ଢେଇ ଓ ଖେଳଣା ନିର୍ମାତା, ନାପିତ, ରଜ୍ଜକ, ଫୁଲମାଳା ନିର୍ମାତା, ଦର୍ଜୀ, ମାଛ ଜାଲ ବୁଣାଳୀ ଆଦି ୧୮ ପ୍ରକାର ବୃତ୍ତିକୁ ସାମିଲ କରାଯାଇଛି। ଏହି ପାରମ୍ପାରିକ କାରିଗର ଓ ଶିଳ୍ପୀ ମାନଙ୍କୁ ବିଶ୍ୱକର୍ମା ଭାବରେ ପରିଚିତ କରି ଯୋଜନା ଅନ୍ତର୍ଭୁକ୍ତ ସୁବିଧା ହାସଲ କରିବା ନିମନ୍ତେ ସେମାନଙ୍କୁ ସମର୍ଥ କରାଇବା ଏହି ଯୋଜନାର ମୂଳ ଲକ୍ଷ୍ ଏହି ଯୋଜନାରେ ବର୍ତ୍ତମାନ ଆମ ରାଜ୍ୟରେ ୧,୦୫,୩୬୧ ଜଣ ହିତାଧିକାରୀ ପଞ୍ଜୀକରଣ କରିଛନ୍ତି। ୭୭,୧୦୩ ଜଣ ହିତାଧିକାରୀ ମୌଳିକ ପ୍ରଶିକ୍ଷଣ ନେଇ ସାରିଛନ୍ତି। ୧୦,୫୨୩ ଜଣ ହିତାଧିକାରୀଙ୍କୁ ୠଣ ମଞ୍ଜୁର କରାଯାଇ ୮,୮୬୭ ଜଣ ହିତାଧିକାରୀଙ୍କୁ ୠଣ ପ୍ରଦାନ କରାଯାଇଛି। ସେହିଭଳି ମୟୂରଭଞ୍ଜ ଜିଲ୍ଲାର ୧,୮୩୧ ଜଣ ହିତାଧିକାରୀ ପଞ୍ଜୀକରଣ କରିଛନ୍ତି। ୧୪୭୫ ଜଣ ହିତାଧିକାରୀ ମୌଳିକ ପ୍ରଶିକ୍ଷଣ ନେଇଛନ୍ତି ଏବଂ ୨୦୯ ଜଣ ହିତାଧିକାରୀଙ୍କୁ ୠଣ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଥିଲେ ଆମ ସରକାର ଏକ ସମାବେଶୀ ସରକାର। ଆମେ ପରିବାରର ସବୁ ସଦସ୍ୟ ମାନଙ୍କୁ ଯୋଜନାରେ ସାମିଲ କରିଛୁ। ପରିବାରର ଜଣେ ଯଦି ପିଏମ୍ ବିଶ୍ୱକର୍ମା ଯୋଜନାରେ ଲାଭପାଉଛି ସେହି ଘରର ମହିଳା ଜଣେ ସୁଭଦ୍ରା ଯୋଜନାରେ ମଧ୍ୟ ସାମିଲ ଅଛି। ଅନ୍ତୋଦୟ ଗୃହ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନାରେ ମଧ୍ୟ ଉକ୍ତ ପରିବାର ଲାଭ ପାଉଛି କେନ୍ଦ୍ର ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଜିତନ ରାମ ମାଁଝୀ କହିଲେ ଯେ, ଭାରତ ବର୍ଷରେ ଆଜି ୭୦ ପ୍ରତିଶତ ଗରୀବ ଲୋକ ଅଛନ୍ତି। ଏହି ୭୦ ପ୍ରତିଶତ ଲୋକଙ୍କ ପାଇଁ ଏମ୍‌ଏସ୍‌ଏମ୍‌ଇ ଜରିଆରେ ବ୍ୟାପକ ଜନକଲ୍ୟାଣକାରୀ ଯୋଜନା ଆରମ୍ଭ କରାଯାଉଛି। ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ। ଗ୍ରାମାଞ୍ଚଳରେ କୃଷି ବ୍ୟତୀତ ଏମ୍‌ଏସ୍‌ଏମ୍‌ଇ ଅଧିକ ରୋଜଗାର ଯୋଗାଉଛି। ଏହି ବିଭାଗ ପ୍ରତି ପ୍ରଧାନମନ୍ତ୍ରୀଙ୍କର ସ୍ୱତନ୍ତ୍ର ଧ୍ୟାନ ରହିଛି। କୌଳିକ ବୃତ୍ତିରେ କାମ କରୁଥିବା ଲୋକଙ୍କ ଦୁଃଖ ଓ ଅସୁବିଧାକୁ ଦେଖି ଆମ ପ୍ରଧାନମନ୍ତ୍ରୀ ପିଏମ୍‌ ବିଶ୍ୱକର୍ମା ଯୋଜନା ଆରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଏହି ଯୋଜନାର ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କୁ ସାର୍ଟିଫିକେଟ୍, ୠଣ ମଞ୍ଜୁରୀ ପତ୍ର ଏବଂ ସହାୟତା ରାଶି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ, ସାଂସଦ ଶ୍ରୀ ନବ ଚରଣ ମାଝୀ, ଶ୍ରୀମତୀ ମମତା ମହାନ୍ତ, ସ୍ୱାଗତ ଭାଷଣ ଦେଇଥିଲେ ।

ବାରିପଦାରୁ -ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ