ବାଜିଲା ମାରାଗୁଡ଼ା ଲୋକ ମହୋତ୍ସବର ବିଗୁଲ୍, ଉନ୍ମୋଚିତ ହେଲା ପୋଷ୍ଟର

Mar 13, 2025 - 21:42
 0  18
ବାଜିଲା ମାରାଗୁଡ଼ା ଲୋକ ମହୋତ୍ସବର ବିଗୁଲ୍, ଉନ୍ମୋଚିତ ହେଲା ପୋଷ୍ଟର

ନୂଆପଡା ଜିଲ୍ଲାର ଇତିହାସ , ଐତିହ୍ୟ, କଳା, ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକ ମହୋତ୍ସବ ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମରେ ଏପ୍ରିଲ ୧ ତାରିଖରୁ ୫ ତାରିଖ ଯାଏଁ ଅନୁଷ୍ଠିତ ହେବ । ଜିଲ୍ଲା ସଂସ୍କୃତି ପରିଷଦ, ଜିଲ୍ଲା ପ୍ରଶାସନ ଏଵଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ଏହି ଭବ୍ୟ ସମାରୋହ ଆୟୋଜିତ ହେବ। ଏହା ସହିତ ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳା ମଧ୍ୟ ଏଥିରେ ସ୍ଥାନ ପାଇବ । ଦିର୍ଘ ବର୍ଷ ପରେ ଏହା ଆୟୋଜିତ ହେଉଥିବାରୁ ଜିଲ୍ଲାର ସମସ୍ତ ଜନସାଧାରଣ ବେଶ ଉତ୍ସୁକତାର ସହିତ ସେହିଦିନକୁ ଅପେକ୍ଷା କରି ରହିଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ ବିଭିନ୍ନ ଅଧିକାରୀ ଏବଂ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ନେଇ ବିଭିନ୍ନ କମିଟି ମାଧ୍ଯମରେ ଜୋର୍ ଦାର୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଆଜି ମହୋତ୍ସବର ବ୍ୟାପକ ପ୍ରଚାର ପ୍ରସାର ପାଇଁ ନିର୍ମିତ ପ୍ରଥମ ପୋଷ୍ଟରକୁ ଜିଲ୍ଲାପାଳ ମଧୁସୂଦନ ଦାଶ ଉନ୍ମୋଚିତ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମହରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଡି ଆର୍ ସି ଏସ୍ ଶିବ ପ୍ରସାଦ ସ୍ୱାଇଁ, ଏଲ୍ ଡି ଏମ୍ ସୀତାରାମ ମେହେର ପ୍ରମୁଖ ମଧ୍ୟ ଏହି ସ୍ମରଣୀୟ ମୁହୂର୍ତ୍ତରେ ରହି ପୋଷ୍ଟର ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ କହିଲେଯେ ଇତିହାସ ପ୍ରସିଦ୍ଧ ମାରାଗୁଡ଼ା ସଭ୍ୟତା କେବଳ ନୂଆପଡାର ଗର୍ବ ଗୌରବ ନୁହେଁ ଏହା ସମଗ୍ର ରାଜ୍ୟର ତଥା ମାନବ ସଭ୍ୟତାର ପୁରାତନ ସଂସ୍କୃତିର ବାର୍ତ୍ତାବହ। ମାରାଗୁଡ଼ା ଲୋକ ମହୋତ୍ସବ ମାଧ୍ୟମରେ ଜିଲ୍ଲାର ସାଂସ୍କୃତିକ ନବଜାଗରଣ ହେବ। ଏଥିପାଇଁ ସେ ଜିଲ୍ଲାର ଜନ ସାଧାରଣଙ୍କ ହାର୍ଦ୍ଦିକ ସହଯୋଗ କାମନା କରିଛନ୍ତି।

ନୂଆପଡ଼ାରୁ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ