।। ବହୁ ଚର୍ଚିତ ଟିଟିଲାଗଡ଼ ଉପକାରାଗାରରୁ କଏଦୀ ଫେରାର୍ ଘଟଣା ।।

Mar 30, 2024 - 19:35
Mar 30, 2024 - 19:41
 0  25
।। ବହୁ ଚର୍ଚିତ ଟିଟିଲାଗଡ଼ ଉପକାରାଗାରରୁ କଏଦୀ ଫେରାର୍ ଘଟଣା ।।

ଦୀର୍ଘ ଦିନପରେ ଟିଟିଲାଗଡ଼ ପୋଲିସ ହାତରେ ଧରାପଡିଲା ହତ୍ଯାଅଭିଯୁକ୍ତ ସୁମିତ ବିହାରୀ। ମିଳିଥିବା ସୂଚନା ଅନୁଯାୟୀ ଟିଟିଲାଗଡ଼ ପୋଲିସ ଦିଲ୍ଲୀ ରୁ ଗିରଫ କରିଥିବା ମିଳିଛି ସୂଚନା । ତେବେ ଅଭିଯୁକ୍ତ ର କୁ ଟିଟିଲାଗଡ଼ ପୋଲିସ ସିନ ରିକ୍ରିଏସନ କରେଇବା ପରେ ବଲାଙ୍ଗିର SP ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବଲାଙ୍ଗିର SP କହିବା ଅନୁସାରେ ଗତ 9 ତାରିଖ ଦିନ ୮-30 ରୁ ୯ଘଣ୍ଟା ମଧ୍ୟ ରେ ଦୁଇ ଜଣ ହତ୍ଯା ହତ୍ଯାଅଭିଯୁକ୍ତ ଶୋଭାବନ ରଣା ଓ ସୁମିତ ବିହାରୀ ଟିଟିଲାଗଡ଼ ସବଜେଲ ରୁ ଶିଡି ସାହାଯ୍ଯ ରେ ଜେଲ ପାଚେରୀ ଡେଇଁ ଫେରାରେ ମାରିବାରେ ସଫଳ ହୋଇଥିଲେ। ତେବେ ଦୀର୍ଘ 23 ଦିନ ପରେ ଜଣେ ଫେରାର କଏଦୀ ସୁମିତ ବିହାରୀ କୁ ଗିରଫ କରିବାରେ ସଫଳ ହୋଇଛି ଟିଟିଲାଗଡ ପୋଲିସ। ଦିଲ୍ଲୀ ରୁ ତାକୁ ପୋଲିସ ଠାବ କରି ଗିରଫ କରିଥିବା ସୂଚନା ଦେଇଛନ୍ତି ବଲାଙ୍ଗୀର SP । ତେବେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ର ୨ ଟି ଟିମ କୋଲକାତା, ଦିଲ୍ଲୀ ତଥା ଗୁଜରାଟ ଗସ୍ତ କରିଥିଲେ। ତେବେ ଅଭିଯୁକ୍ତ ନିକଟରୁ ଟିଟିଲାଗଡ଼ ପୋଲିସ ଗୋଟିଏ ମୋବାଇଲ, ଗୋଟିଏ ATM ଜବତ କରିଥିବା ବେଳେ ଟିଟିଲାଗଡ଼ ସବ ଜେଲରୁ ସେମାନେ ଫେରାର ହେବାପାଇଁ ବ୍ଯବହାର କରିଥିବା ଗୋଟିଏ ସିଢୀ କୁ ମଧ୍ୟ ଜବତ କରିଛି। ତେବେ ଅନ୍ଯ ଅଭିଯୁକ୍ତ କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ବଲାଙ୍ଗୀର SP । ସାଧାରଣ ଲୋକ ମାନେ ଟିଟିଲାଗଡ ପୋଲିସକୁ ବହୁତ ବହୁତ ଧନ୍ୟବାଦ ଦେଉଛନ୍ତି ।

 ଟିଟିଲାଗଡ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ