ବହୁଜନ ସମାଜ ପାର୍ଟି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ

Jan 3, 2025 - 17:41
 0  274
ବହୁଜନ ସମାଜ ପାର୍ଟି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୩/୦୧/୨୦୨୫ ରିଖ ନବରଙ୍ଗପୁର ଜିଲ୍ଲା ର ବହୁଜନ ସମାଜ ପାର୍ଟି ତରଫରୁ ଆଜି ବିଶାଳ ରାଲି କରିବା ସହିତ, ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ ଶୁଭଙ୍କର ଜରିଆରେ ରାଷ୍ଟ୍ରପତି ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ଆଜି ସକାଳେ ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପର୍ଯନ୍ତ ସଭାଯାତ୍ରା କରି ଭିକ୍ୟଭ ପ୍ରଦର୍ଶନ କରାଯାଇଥିଲା ! ଗତ ଶୀତ କାଳୀନ ଅଧିବେଶନ ରେ ପାର୍ଲାମେଣ୍ଟ ରେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ସମସ୍ତଙ୍କ ଉପସ୍ଥିତି ରେ ଆମ୍ବେଦକର କହିବା ସମସ୍ତଙ୍କର ଗୋଟିଏ ଫେସନ ରେ ପରିଣତ ହୋଇଛି ବୋଲି କହି ଯଦି ଆପଣମାନେ ଭଗବାନ ଙ୍କୁ ସ୍ମରଣ କଲେ ତୁମୋ ମାନଙ୍କ ସ୍ବର୍ଗ ପ୍ରାପ୍ତି ହବ କହି ଥିବାରୁ ନିଶ୍ଚିନ୍ତ ଭାବେ ସମସ୍ତ ଭାରତୀୟ ଙ୍କୁ ଭାବ ବେଗଙ୍କୁ ଆଘାତ କରିଛି ଏହା ସମ୍ଭିଧାନ ପ୍ରଣେତା ଆମ୍ବେଦକର ଙ୍କ ପ୍ରତି ଘର ଅପମାନ ଏଣୁ ଗୃହ ମନ୍ତ୍ରୀ ଶ୍ରୀ ଅମିତ ସାହା ଙ୍କ ଇସ୍ତଫା ଦାବି କରିବା ସହ ସେ ଭାରତର ଜନ ସାଧାରଣଙ୍କୁ କ୍ଷମା ଭିକ୍ଷା କରନ୍ତୁ ବୋଲି ଦାବି ପତ୍ର ରହିଛି,ଏହି ସଭାଯାତ୍ରାରେ ବହୁଜନ ସମାଜ ପାର୍ଟିର ରାଜ୍ୟ ସଂଯୋଜକ ମାନ୍ୟବର ବିଶୋଇ କୁଲଦୀପ,ଓଡିଶା ରାଜ୍ୟ ସମାଜ ସେବି ବହୁଜନ ସମାଜ ପାର୍ଟି ର ବୋରିଷ୍ଟ ନେତା ମନରଞ୍ଜନ ଟାକ୍ରୀ ଏବଂ ନବରଙ୍ଗପୁର ଜିଲ୍ଲା ସଭାପତି ଶ୍ରୀମାନ ଖଗୋପତି ଯାନୀ ଙ୍କ ସହ ଜିଲ୍ଲା ର ଶତାଧିକ କର୍ମୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ