ବନ୍ଧୁଗାଁ ବ୍ଲକରେ ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷା ଅନୁଷ୍ଠିତ

Feb 22, 2025 - 06:29
 0  19
ବନ୍ଧୁଗାଁ ବ୍ଲକରେ  ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷା ଅନୁଷ୍ଠିତ

ବନ୍ଧୁଗାଁ ବ୍ଲକ ର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଧୁଗାଁ , ଓ ସରକାରୀ (ଏସଏସଡି) ବାଳିକା ଉଚ୍ଚ ବିଦ୍ୟାଳୟ ନିଲାବାଡି ରେ ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା ସେଠୀ ପରୀକ୍ଷା ସୂପରିଟେଣ୍ଡେଣ୍ଟ ଓ ୟୁ ରାୟୁଡୁ ଉପ ସୂପରୀଟେଣ୍ଡେଣ୍ଟ ଏଵଂ ନିଲାବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସୁପରୀଟେଣ୍ଡେଣ୍ଟ ଶ୍ରୀ ରାଘବ ଦେଉରୀ ଓ ଉପ ସୁପରୀ ଟେଣ୍ଡେଣ୍ଟ ଶ୍ରୀ ମନୋଜ କୁମାର ଚୌଧୁରୀ ଓ ତ୍ରିନାଥ ଖରା ରହି ଦାୟିତ୍ଵ ତୁଲାଇ ଥିଲେ। ଆଜି ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଲମଣ୍ଡା, କେ ଯାଗୁଗୁଡା, ଏ ଯାଗୁଗୁଡା, ନିଲାବାଡି, କମ୍ଭୁଗଣ୍ଡା, କାତୁଲପେଟା, କାନାଗାଁ ଓ ମହାଗୁଡା ଗାଁରେ ଥିବା ସ୍କୁଲରୁ ୨୦୨ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୨୦୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଜଣେ ପିଲା ପରୀକ୍ଷା ଦେଇ ନାହାନ୍ତି l ଏବଂ ଡୁମାଡଙ୍ଗର , ବନ୍ଧୁଗାଁ ଓ କୁମ୍ଭାରିପୁଟ , ଗ୍ରାମର ସ୍କୁଲରୁ ୨୮୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭୫ ପିଲା ପରୀକ୍ଷା ଦେଇଥିବା ବେଳେ ୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନାହାନ୍ତି । ଆଜି ସକାଳ ୭.ଘଣ୍ଟା ୧୫ ମିନିଟ ସମୟରେ ବନ୍ଧୁଗାଁ ଥାନା ରେ ରଖାଯାଇଥିବା ପ୍ରଶ୍ନ ପତ୍ର ଅଣାଯାଇ ସ୍ଥାନୀୟ ତହସିଲଦାର ଶ୍ରୀମତୀ ସୋନାଲି ପାତ୍ରଙ୍କ ଉପସ୍ଥିତି ରେ ସେହି ପ୍ରଶ୍ନ ପତ୍ରକୁ ଖୋଲା ଯାଇ ଥିଲା। ଓ ବନ୍ଧୁଗାଁ ପରୀକ୍ଷା କେନ୍ଦ୍ରରୁ ନିଲାବାଡ଼ି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନ ପତ୍ରକୁ ପଠାଯାଇଥିଲା। ଦୁଇଟି ପରୀକ୍ଷା କେନ୍ଦ୍ରରେ ଯେଉଁ ୬ ଜଣ ପିଲା ପରୀକ୍ଷା ଦେଇ ନାହାନ୍ତି ସେମାନଙ୍କ ପାଖରେ ଶିକ୍ଷା ବିଭାଗ ପହଞ୍ଚି କିପରି ପରୀକ୍ଷା ଦେଇ ପାରିବେ ବ୍ୟବସ୍ଥା କରିବାକୁ ସାଧାରଣରେ ଅନୁରୋଧ କରିଛନ୍ତି। ପରୀକ୍ଷାକୁ ସ୍କୁଲ ର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ରହି ପରିଚାଳନା କରିଥିଲେ। ଦୁଇଟି ପରୀକ୍ଷା କେନ୍ଦ୍ରରେ ସ୍ଥାନୀୟ ପୋଲିସ ଉପସ୍ଥିତ ରହି ସୁରକ୍ଷା ପ୍ରଦାନ କରିବା ସହ ଶାନ୍ତି ଶୃଙ୍ଖଳାର ସହିତ ପରୀକ୍ଷା ଶେଷ ହୋଇଥିଲା।

ବନ୍ଧୁଗାଁ ରୁ ମଣ୍ତଳ ମିଣିଆକା ଙ୍କ ସହ ବିଶ୍ବମ୍ବର ନାଗ୍ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ