ବନ୍ଧୁକ ମୁନରେ ଲୁଟ ଘଟଣା,: ଗିରଫ ହେଲେ ୫ ଡକାୟତ: ସୁନା ରୂପା ଅଳଙ୍କାର,ଟଙ୍କା ସମେତ ବହୁ ସାମଗ୍ରୀ ଜବତ

Mar 12, 2025 - 23:17
 0  10
ବନ୍ଧୁକ ମୁନରେ ଲୁଟ ଘଟଣା,: ଗିରଫ ହେଲେ ୫ ଡକାୟତ: ସୁନା ରୂପା ଅଳଙ୍କାର,ଟଙ୍କା ସମେତ ବହୁ ସାମଗ୍ରୀ ଜବତ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଦୀର୍ଘ ଦୁଇ ମାସ ଧରି ଆତଙ୍କ ଖେଳାଇଥିବା କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି ତୁମୁଡ଼ିବନ୍ଧ ପୋଲିସ। ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଏହି ଡକାୟତ ଗ୍ୟାଙ୍ଗ ମାସ୍କ ପିନ୍ଧି ବନ୍ଧୁକ ମୁନରେ ଡକାୟତି କରିବା ସହ ଭୁଜାଲି ଦେଖାଇ ଆତଙ୍କ ଖେଳାଇ ଠିକାଦାର ଓ ବ୍ୟବସାୟୀ ଘରେ ପଶି ଡକାୟତି କରୁଥିଲେ। ଏହି କୁଖ୍ୟାତ ଡକାୟତ ଗ୍ୟାଙ୍ଗର ମୋଟ୍‌ ପାଞ୍ଚ ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଏହି ପାଞ୍ଚ ଜଣିଆ ଗ୍ୟାଙ୍ଗ ତୁମୁଡିବନ୍ଧ ଅଞ୍ଚଳରେ ମାସ୍କ ପିନ୍ଧି ଭୁଜାଲି ଓ ବନ୍ଧୁକ ମୁଣ୍ଡରେ ରଖି ଡକାୟତି କରିବା ପରେ ମୁନିଗୁଡ଼ା ଅଞ୍ଚଳର ବିଭିନ୍ନ ଜଙ୍ଗଲରେ ଯାଇ ଆତ୍ମଗୋପନ କରୁଥିଲେ। ତେବେ କୋଟଗଡ଼ରୁ ଏହି ଗ୍ୟାଙ୍ଗ ମୁନିଗୁଡ଼ା ଯାଉଥିବା ସମୟରେ ପୋଲିସ କାବୁ କରି ଗିରଫ କରିଥିବା ନେଇ ବାଲିଗୁଡା ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି । ଏହି ପାଞ୍ଚ ଡକାୟତଙ୍କଠାରୁ ୧୫୦ ଗ୍ରାମ ସୁନା ଅଳଙ୍କାର, ୧୬ଗ୍ରାମ ରୁପା ଅଳଙ୍କାର ସମେତ ନଗଦ ୩୩୩୦୦ ଟଙ୍କା, ଦୁଇଟି ମୋବାଇଲ ଓ ପାଞ୍ଚଟି କଳା ମାସ୍କ ଜବତ କରିଛି ତୁମୁଡିବନ୍ଧ ପୋଲିସ। ଗିରଫ ୫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ମଧ୍ୟ ଚୋରି ଡକାୟତି ନେଇ ବିଭିନ୍ନ ଥାନାରେ ମାମଲା ରହିଥିବା ମଧ୍ୟ କହିଛନ୍ତି ବାଲିଗୁଡ଼ା ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ। ଗିରଫ ୫ ଅଭିଯୁକ୍ତ ହେଲେ ତୁମୁଡ଼ିବନ୍ଧ ଥାନା ମାଲିପଡ଼ାର ପ୍ରିୟରଞ୍ଜନ ମଣ୍ଡଳ, ମୋତିରାମ ପରାସେଠ୍‌, ବୁଡ଼ାପଡାର ପିଙ୍କୁ ନାୟକ, ଶଗଡ଼ିଆ ସାହିର ରିଚାର୍ଡ ନାୟକ ଓ ଦାରିଙ୍ଗିବାଡ଼ି ଥାନା କୁପିବାଡ଼ିର ଜନକ ନାୟକ। ତେବେ ଗିରଫ ୫ ଅଭିଯୁକ୍ତଙ୍କ ବହୁତ ବଡ଼ ନେଟ୍‌ଓ୍ବର୍କ ରହିଥିବା ବେଳେ ଏହି ଗ୍ୟାଙ୍ଗରେ ଆଉ କେହି ସାମିଲ ରହିଛି ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ବାଲିଗୁଡ଼ା ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ