ପ୍ରସାଶନ ଛତ୍ରଛାୟା ତଳେ ବାଲି ମାଫିଆଙ୍କ ରାଜ୍। ଖଣି ଅଫିସର ଓ ଅଧିକାରୀ ନିରବଦ୍ରଷ୍ଟ। ସାବିବାର କାରଣ କଣ ? ଆଜି ସରକାରଙ୍କ ରାଜସ୍ଯ କମୁ ଥିଲାବେଳେ ବିଭାଗିୟ ଅଫିସର ମାନେ ମାଲେ ମାଲ ହେଉଛନ୍ତି।

Oct 29, 2026 - 22:21
 0  15
ପ୍ରସାଶନ ଛତ୍ରଛାୟା ତଳେ ବାଲି ମାଫିଆଙ୍କ ରାଜ୍। ଖଣି ଅଫିସର ଓ ଅଧିକାରୀ ନିରବଦ୍ରଷ୍ଟ। ସାବିବାର କାରଣ କଣ ? ଆଜି ସରକାରଙ୍କ ରାଜସ୍ଯ କମୁ ଥିଲାବେଳେ ବିଭାଗିୟ ଅଫିସର ମାନେ ମାଲେ ମାଲ ହେଉଛନ୍ତି।

ବାରିପଦା... 29/10/2026 ରାଜ୍ଯ ସରକାରଙ୍କ ରାଜସ୍ବ ରେ ଲାଗିଛି। ଚୋରା ବାଲି ମାଫିଆଙ୍କ ନଜର।ଦିନ ଦ୍ବିପହରରେ ଜେସିବି ମେସିନ୍ ସାହାଯ୍ୟରେ ବଡ଼ ବଡ଼ ହାଇଓ୍ବା ରେ ଚୋରା ବାଲି ଲୋଡ୍ ହୋଇ ବାହାର କୁ ଚାଲାଣ ହେଉଥିବା ବେଳେ କାହିଁକି ଖଣି , ପୋଲିସ୍ ଏବଂ ପ୍ରସାସନ ନିଘୋଡ଼ ନିଦ୍ରାରେ ଶୋଇ ପଡୁଛନ୍ତି। ତାହା ସାଧାରଣରେ ଏକ ବଡ଼ ପ୍ରଶ୍ନ । ଟିକିଏ ନଜର ପକାନ୍ତୁ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ତହସିଲ ଅଧିନରେ ଥିବା ଚନ୍ଦନପୁର ପଞ୍ଚାୟତର ପୁରିଖୁଣ୍ଟା ଗ୍ରାମରେ ବୁଢ଼ାବଳଙ୍ଗ ନଦୀ ଗର୍ଭରୁ ବେଆଇନ୍ ବାଲି ଉତ୍ତୋଳନ କରି କିଭଳି ଭାବରେ ଲୁଟ୍ ହେଉଛି।ଖାଲି ସେତିକି ନୁହେଁ ବହୁ ଜାଗାରେ ବେଆଇନ ବାଲି ଗଦା କରି ମାଫିଆମାନେ ରଥିଛନ୍ତି ବାରିପଦା ଟାଉନ ପାଖାପାଖି ୧୫ରୁ ୪ କିମି ଭିତରେ ଏବଂ ବଡ଼ ସାହି, ଶ୍ୟାମାଖୁଣ୍ଟା, ବେତନଟି, ସାରଷ କଣା ଏହି ବ୍ଲକ ମାନଙ୍କରେ ଅଧିକ ଚେ।ରାବାଲି ଡିପୋ ଏବଂ ଚାଲାଣ ହେଉଛି। ।ବଡ଼ସାହି, ବାରିପଦା ବଜାର ଦେଇ ପ୍ରତିଦିନ ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଯାଉଥିଲେ କାହିଁକି ଖଣି ବିଭାଗ ଓ ପୋଲିସ୍ ର ନଜର ଏମାନଙ୍କ ଉପରେ ପଡୁନାହିଁ। ତାହା ପ୍ରଶାସନ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ସନ୍ଦେହ ସୃଷ୍ଟି ହେଉଛି। ସେହିପରି ଚେ।ରାବାଲି ଘାଟ ମାନଙ୍କରେ ବେଧଡକ ବାଲି ଉଠୁଛି, ଏପରିକି ଯେଉଁ ଗାଡ଼ିମାନଙ୍କରେ ପାଉଛି, ସେ ଟ୍ରାକ୍ଟର ହେଉ କି ଡମ୍ପର ହେଉ କି ହାଇୱ।ହେଉ, ଏ ସବୁରେ ନମ୍ବର 6ପ୍ଲଟ ନଥାଏ ଏବଂ କିଛି ବାଲି ବା ମାଟି ଗାଡ଼ିରେ ନମ୍ବର ସ୍ପଷ୍ଟ ଦେଖାଯାଏନାହିଁ। ଏପରିକି ମୟୂରଭଞ୍ଜ ଜିଲ୍ଲାରେ ପ୍ରତ୍ୟେକ ବ୍ଲକ ଏବଂସଦର ମହକୁମା ବାରିପଦାକୁ ଲାଗି ବହୁ ଚେ।ରା ବାଲିଘାଟ ରୁ ବାଲି ଉଠାଇ ଟାଉନ ଉପରେ ନିର୍ଭୟରେ ବାଲି ବିକ୍ରିକରି ମାଲେ ମାଲ ହେବା ସହିତ ବିଭାଗିୟ ଅଫିସରମାନଙ୍କ ସହିତ ମଧୁଚନ୍ଦ୍ରିକା ସମ୍ପର୍କରଖି ବେଆଇନ ଆୟର ପନ୍ଥାକୁ ଆପଣାଇ ମାଲେମାଲ ହେଉଛନ୍ତିବୋଲି ଜନସାଧାରଣ ଓ ବୃଦ୍ଧିଜୀବିମାନେ ଏହାକୁ ଘୋର ନିନ୍ଦା କରିବା ସହିତ ସରକାରଙ୍କର ରାଜସ୍ବ କମିବାର ଏହା ମୁଖ୍ୟ କାରଣବୋଲି ଯୁକ୍ତି ବାଡିଛନ୍ତି । ଏଣୁ ଏହାର ବିହିତ ପଦକ୍ଷେପ ସହିତ ବିଭ।ଗିୟ ଲଞ୍ଜୁଆ' ଦୁର୍ନିତି ଗ୍ରସ୍ତ କର୍ମଚାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ପାଖରେ ଦାବି କରିଛନ୍ତି। ଖବର ପ୍ରସାରଣ ପରେ କଣ କାର୍ଯ୍ୟ।ନୁଷ୍ଠାନ ଏବଂ ଅବ୍ଯବସ୍ଥାର ସୁଧାର ଆସୁଛି ଦେଖିବାରେ ବାକି ରହିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ