।। ପ୍ରଧାନମନ୍ତ୍ରୀ ଜନମନ ଯୋଜନା ମୁନିଖୋଲ ପଞ୍ଚାୟତ ସକଟା ଗ୍ରାମ ଠାରେ ଅନୁଷ୍ଠିତ ।।

Aug 25, 2024 - 08:01
 0  7
।। ପ୍ରଧାନମନ୍ତ୍ରୀ ଜନମନ ଯୋଜନା ମୁନିଖୋଲ ପଞ୍ଚାୟତ ସକଟା ଗ୍ରାମ ଠାରେ  ଅନୁଷ୍ଠିତ ।।

ମୁନିଗୁଡ଼ା, ତା ୨୩/୦୮ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ ଅନ୍ତର୍ଗତ ମୁନିଖୋଲ ପଞ୍ଚାୟତ ସକଟା ଗ୍ରାମ ଠାରେ ପ୍ରଧାନ ମନ୍ତ୍ରୀ ଜନଧନ ଯୋଜନା କେନ୍ଦ୍ର ସରକାର ଜନଜାତି ମାନଙ୍କର ତୃଣମୂଳ ସ୍ତରେରେ ଉନ୍ନତି ନିମନ୍ତେ ବିଭିନ୍ନ ଲୋକାଭିମୁଖୀ ଯୋଜନାର କାର୍ଯ୍ୟକାରୀ କରୁଛନ୍ତି। ସେଥି ମଧ୍ୟରୁ ପ୍ରଧାନ ମନ୍ତ୍ରୀ ଜନମନ ଯୋଜନା ଅନ୍ୟତମ।ଏହିଯୋଜନା ଆଜି ମୁନିଗୁଡା ବ୍ଲକରେ ମୁନିଖୋଲ ଗ୍ରାମ ପଞ୍ଚାୟତର ସକଟା ଗ୍ରାମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତମ କୁମାର ତନ୍ତୀଙ୍କ ସଭାପତିତ୍ବରେ ଓ ସହକାରୀ ବୈଷୟିକ ପରିଚାଳକ କୃଷି ବିଭାଗ ଉତ୍ତମ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ।ବିଶେଷ ଭାବରେ ରାୟଗଡ଼ ଜିଲ୍ଲାରେ ଗୁଣୁପୁର, ବିଷମକଟକ,କଲ୍ୟାଣଶିଙ୍ଗପୁର ଓ ମୁନିଗୁଡା ସର୍ବୋପରି ଚାରୋଟି ବ୍ଲକରେ ଜନଜାତି ମାନଙ୍କର ୧୧ଗୋଟି ଦିଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ,କୃଷି,ପକ୍କାଘର, ପାନୀୟ ଜଳ ଇତ୍ୟାଦି ଉପରେ କାର୍ଯ୍ୟ କାରି ହେବା ଉପରେ ଗୁରୁତ୍ଵ ଦିଆ ଯାଇଛି ।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ମୁନିଖୋଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପାଇକ ଜାକାକା,ଗୋଷ୍ଠୀ କୃଷି ଅଧିକାରୀ ଯଜ୍ଞଦତ୍ତ ସେଠୀ,ଗୋଷ୍ଠୀ ଶିକ୍ଷା ଅଧିକାରୀ ଭି. ଭାଷ୍କର ରାଓ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା , ସହକାରୀ କୃଷି ଅଧିକାରୀ ଦୀପ୍ତି ରାଣୀ ପଟ୍ଟନାୟକ,ସହକାରୀ ଉଦ୍ୟାନ ବିଭାଗର ଅଧିକାରୀ ପ୍ରଜ୍ଞା ପରୀମିତା ବିଶ୍ଵାଳ ଆଦି ଯୋଗଦେଇ ନିଜର ବିଭାଗୀୟ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ।ପ୍ରମୁଖ ଭାବରେ ପି.ଭି. ଟି.ଜି ଗ୍ରାମ ରେ ତିନି ବର୍ଷ ମଧ୍ୟରେ ଏହି ସବୁ ବ୍ଲକରେ ଏହି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଏହି ଯୋଜନାରେ ଲକ୍ଷ୍ୟ ଓ ଆଭିମୂଖ୍ୟ ବିଷୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଲୋକପାତ କରିଥିଲେ।ଶେଷରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ