ପେଟା ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଆଙ୍ଗନ୍ କା ଉତ୍ସବ ପାଳିତ
କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ପେଟା ଗ୍ରାମପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଆଙ୍ଗନ୍ କା ଉତ୍ସବ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଲମତାପୁଟ ସିଡିପିଓଙ୍କ ସମେତ ପେଟା ଗ୍ରାମପଞ୍ଚାୟତ ସମିତି ସଭ୍ୟ ଶ୍ରୀ ବଳଭଦ୍ର ଫୁକିଆ, ଅଙ୍ଗନୱାଡ଼ି କର୍ମୀ ଲକ୍ଷ୍ମୀ କୁମ୍ଭାର, ଆଶା କର୍ମୀ ରତ୍ନି କୁମ୍ଭାର, ଅଙ୍ଗନୱାଡ଼ି ଶିଶୁ ଏବଂ ସେମାନଙ୍କ ମା’ମାନେ ଉପସ୍ଥିତ ରହି ଉତ୍ସବରେ ଯୋଗଦେଇଥିଲେ। ଉତ୍ସବ ଅବସରରେ ଶିଶୁମାନଙ୍କ ମା’ମାନେ ବିଭିନ୍ନ ପ୍ରକାରର ପାରମ୍ପରିକ ପିଠାପଣା, କ୍ଷୀରି, ପକୁଡ଼ି, ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପିଠା, ଲଡୁ, କାକରା ଆଦି ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ। ପ୍ରଦର୍ଶିତ ଖାଦ୍ୟ ମଧ୍ୟରୁ ଉତ୍ତମ ପ୍ରସ୍ତୁତିକୁ ବିଚାର କରି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ମା’ମାନଙ୍କୁ ପୁରସ୍କାର ପ୍ରଦାନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଆଙ୍ଗନ୍ କା ଉତ୍ସବ ମାଧ୍ୟମରେ ଶିଶୁମାନଙ୍କ ପୋଷଣ, ମା’ମାନଙ୍କ ସଚେତନତା ଏବଂ ସ୍ଥାନୀୟ ପାରମ୍ପରିକ ଖାଦ୍ୟର ପ୍ରଚାର ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଲମତାପୁଟରୁ ସୁବାଷ ମାଳିଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0