।। ପୂର୍ବ ଶତୃତାକୁ ନେଇ ଧନୁତୀର ମାଡରେ ସୁବକ ମୃତ ।।

Breaking news, latest news

May 27, 2024 - 04:12
 0  12
।। ପୂର୍ବ ଶତୃତାକୁ ନେଇ ଧନୁତୀର ମାଡରେ ସୁବକ ମୃତ ।।

ନୂଆପଡା : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଅଭୟାରଣ୍ୟ ଭିତରେ ଅବସ୍ଥିତ ସୁନାବେଡା ପଞ୍ଚାୟତ ବାଥୁନାମ ଗାଁରେ ଏକ ଅଭବନୀୟ ଘଟଣା ଘଟି ଯାଇଛି l ଜଣେ ଯୁବକଙ୍କ ଧନୁତୀର ମାଡରେ ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୁନାବେଡା ପଞ୍ଚାୟତ ବାଥୁନାମା ଗାଁ ର ଜଲାରାମ ପହରିଆ (୩୨) ଙ୍କ ଧନୁତୀର ମାଡରେ ସୁନାବେଡା ପଞ୍ଚାୟତ ଖଡାଙ୍ଗ ଗାଁ ର ରାମଚନ ପହରିଆ (୩୨) ଟଳି ପଡିଛନ୍ତି । ସୂଚନା ମୁତାବକ ବାଥୁନାମା ଗାଁ ର ଜଲାରାମ ପହରିଆ ଓ ଖଡାଙ୍ଗ ଗାଁ ର ରାମଚନ ପହରିଆଙ୍କ ମଧ୍ୟରେ ପୂର୍ବଶତୃତା ଲାଗି ରହିଥିଲା । ଯେଉଠି ଦେଖିଲେ ଦୁଇ ଜଣକ ମଧ୍ୟରେ ଗାଳି ଗୁଳଜ ଲାଗି ରହିଥାଏ । ମଧ୍ୟାହ୍ନ ୨ ଟା ସମୟରେ ରାମଚନ କୌଣସି କାମରେ ଦାଥୁନାମା ଗାଁ କୁ ଆସିଥିଲେ । ରାମଚନକୁ ଦେଖିଲା ପରେ ଜଲାରାମ ଉତ୍ୟକ୍ତ ହୋଇ କାନ୍ଧରେ ଧରିଥିବା ଧନୁତୀର ବାହାର କରି ବିନ୍ଧି ଦେଇଥିଲେ । ତୀର ଯାଇ ସିଧା ସଳଖ ରାମଚନଙ୍କ ଛାତିରେ ବାଜିଥିଲା । ରାମଚନ କିଛିକ୍ଷଣ ଛଟପଟ ହେଲା ପରେ ଜୀବନ ଚାଲି ଯାଇଥିଲା । ମୃତ୍ୟୁ ହେଲା ପରେ ଜଲାରାମ ଛାତିରୁ ତୀର ବାହାର କରି ଘଟଣା ସ୍ଥଳରେ ଜଗି ରହିଥିଲା । ପାଖକୁ ଯିଏ ଆସିଲେ ଜୀବନରେ ମାରିଦେବି ବୋଲି କହୁଥିବାରୁ ଅଂଚଳ ଲୋକ ଭୟରେ ପାଖକୁ ଯାଉ ନଥିବାବେଳେ ମୃତ ରାମଚନଙ୍କ ସ୍ତ୍ରୀ ଓ ଗୋଟେ ଛୋଟ ଝିଅ ରହିଥିବା ସୂଚନା ମିଳିଛି । ଏ ସଂକ୍ରାନ୍ତରେ କୋମନା ଥାନା ଅଧିକାରୀ ସୁମନ୍ତ ନାଏକ ଶବ ବ୍ୟବଚ୍ଛେଦ କରି ଅଭିଯୁକ୍ତ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ