ପୁଅକୁ ପଥରରେ ଛେଚି ହତ୍ୟା କରି ବାପାର ଆତ୍ମସମର୍ପଣ

May 21, 2025 - 18:45
 0  13
ପୁଅକୁ ପଥରରେ ଛେଚି ହତ୍ୟା କରି ବାପାର ଆତ୍ମସମର୍ପଣ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ବଣ୍ଡଗୁଡ଼ା ପଞ୍ଚାୟତ ଘସାଗୁଡ଼ା ଗ୍ରାମରେ ଘଟିଯାଇଛି ପୈଶାଚିକ କାଣ୍ଡ। ନୃଶଂସ ବାପା ପଥରରେ ଛେଚି ୧୪ ବର୍ଷର ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି। କେବଳ ସେତିକି ନୁହେଁ, ଅଭିଯୁକ୍ତ ବାପା ଘଟଣାସ୍ଥଳ ଘରପାଖ ତୋଟାରୁ ପୁଅର ଶବକୁ ଘରକୁ ଆଣି କାହାକୁ କିଛି ନକହି ଦିନଟିଏ ରଖିଥିଲା। ଗ୍ରାମବାସୀ ଏହା ଜାଣିବା ପରେ ବାପା ବଳରାମ ପ୍ରଧାନ ଥାନାରେ ଆତ୍ମସମର୍ପଣ କରିଛି। ପୁଲିସ ତା’ ମୁହଁରୁ ଲୋମଟାଙ୍କୁରା ଘଟଣା ଶୁଣି ହତବାକ୍‌ ହୋଇଛନ୍ତି। ଘଟଣାସ୍ଥଳରେ ପହଞ୍ଚି ମୃତ ପୁଅ ଅବିନାଶ ପ୍ରଧାନର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅବିନାଶ ବଳରାମର ପ୍ରଥମ ପତ୍ନୀ ଭାନୁମତି କହଁରଙ୍କ ପୁଅ ବୋଲି ପୁଲିସ ଆଗରେ ସେ କହିଛି। ଏ ନେଇ କେସ୍‌ ନମ୍ବର ୮୦/୨୫ ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ପାରିବାରିକ ଅଶାନ୍ତି ଏହା ପଛର କାରଣ ବୋଲି ଅନୁମାନ କରାଯାଉଥିବା ବେଳେ ଏଥିରେ ଦ୍ୱିତୀୟ ପତ୍ନୀଙ୍କ ସଂପୃକ୍ତି ରହିଛି କି ନାହିଁ ସେ ନେଇ ପୁଲିସ ତଦନ୍ତ ଚଳାଇଛି। ସୂଚନା ପ୍ରକାରେ, ବଳରାମ ଦ୍ବିତୀୟ ବିବାହ କରିଥିବା ବେଳେ ପ୍ରଥମ ପତ୍ନୀ ଭାନୁମତି ଭୁବନେଶ୍ୱରରେ ରହୁଛନ୍ତି। ପୁଅ ଅବିନାଶ ବାପା ଏବଂ ସାବତ ମା’ ପାଖରେ ରହୁଥିଲା। ପ୍ରାୟ ସମୟ କୌଣସି ନା କୌଣସି କାରଣରୁ ଘରେ କଳିଝଗଡ଼ା ଲାଗି ରହୁଥିଲା। ରବିବାର ଦିନ ବାପାପୁଅ ଏକ ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଫେରିବାର କିଛି ସମୟ ପରେ ପୁଅକୁ ଘର ଠାରୁ କିଛି ଦୂର ତୋଟାକୁ ଡାକି ନେଇ ମୁଣ୍ଡକୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଥିବା କୁହାଯାଇଛି। ହତ୍ୟା କରିବା ପରେ ମୃତଦେହକୁ ଘରକୁ ଆଣି ରଖିଥିଲେ। ଏହି ଘଟଣାକୁ କିଛି ଲୋକ ଦେଖି ସନ୍ଦେହ କରିବା ସହ ପରଦିନ ଅର୍ଥାତ୍‌ ସୋମବାର ବଳରାମର ଘରକୁ ଯାଇ ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେବା ପରେ ଘଟଣା ପଦାକୁ ଆସିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ