ପି ସି ପୁର ଜୋନସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ

Sep 1, 2025 - 17:58
 0  3
ପି ସି ପୁର ଜୋନସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ

ବାରିପଦା - ତା :- ୦୧/୦୯/୨୦୨୫ ରିଖ ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡିଆରେ ପି ସି ପୁର ଜୋନସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସେଠୀଙ୍କ ଦିଗଦର୍ଶନରେ ବାରିପଦା ବ୍ଲକକୁ ୪ ଟି ଜୋନରେ ବିଭକ୍ତ କରାଯାଇଥିବାବେଳେ ପି ସି ପୁର ଜୋନରେ ୧୦ ଟି ସରକାରୀ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ୧୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୋମନାଥ ସିଂହ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ I

୧୪ ଓ ୧୭ ବର୍ଷରୁ କମ ବାଳକ ଓ ବାଳିକା ଉଭୟ ବର୍ଗର କବାଡି, ଖୋ - ଖୋ ଏବଂ ଫୁଟବଲ ପ୍ରତିଯୋଗିତା ହୋଇଥିଲା I ବିଭିନ୍ନ ବିଦ୍ୟାଳୟର ଶ୍ରେଷ୍ଠ ଖେଳାଳିଙ୍କୁ ଚୟନ କରାଯାଇ ଉଭୟ ବିଭାଗର ମୋଟ ୯ ଟି ଦଳ ଆସନ୍ତା ୨ ଦିନ ଧରି ଏମ ଟି କେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ I ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ମହାନ୍ତ, ସରୋଜ କୁମାର ରାମ, ଅଭିଷେକ ବେହେରା, ମନୋଜ କୁମାର ରାମ, ପ୍ରଶାନ୍ତ କୁମାର ଦଣ୍ଡପାଟ, ଧରିତ୍ରୀ ମହାନ୍ତ, ସୁପ୍ରଭା ପାତ୍ର, କାପୁରା ସୋରେନ, ଇପ୍ସିତା ମଲ୍ଲିକ, ଓ ମମତା ଦାସ ଖେଳ ପରିଚାଳନା କରିବା ସହ ଖେଳାଳି ଚୟନ କରିଥିଲେ I ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ସମସ୍ତ କୃତୀ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ