ପିତାମାଲ ଜଙ୍ଗଲରେ ହାତୀ ବୃଦ୍ଧାକୁ ଦଲିଦେଲା
କିର୍ମିରା୧୧।୧୨(ଫାଷ୍ଟ ନିଉଜ ଓଡ଼ିଶା)କିର୍ମିରା ବ୍ଳକ ବାଗଡିହି ରେଞ୍ଜ ଗୌଡପାନପାଲି ପଞ୍ଚାୟତ ପିତାମାଲ ଜଙ୍ଗଲରେ ପିତାମାଲ ଗ୍ରାମର ହିରା ବୁଡା(୬୦)ବର୍ଷ ବୃଦ୍ଧକୁ ହାତୀ ଆକ୍ରମଣରେ ମୃତ ହୋଇଛି।ବାଗଡିହି ଫରେଷ୍ଟର ମୁରାଲୀ ପ୍ରସାଦ ସାହୁଙ୍କ ସୂଚନା ଅନୁସାରେ ମଙ୍ଗଳବାର ଦିନ ୧୧ଟା ସମୟରେ ଘରୁ କୁରାଡି ଧରି ବାହାରି ଥିଲା ଏବଂ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଆସିବାରୁ ଖୋଜା ଖୋଜି କରିଥିଲେ ଓ ବନ ବିଭାଗ,ପୋଲିସ କୁ ସୂଚନା ଦେଇଥିଲେ।ତେଣୁ ବୁଧବାର ସକାଳେ ଗ୍ରାମବାସୀ ଓ ବନ କର୍ମଚାରୀ ଜଙ୍ଗଲ ଭିତରକୁ ଯାଇ ଖୋଜି ଥିବା ବେଳେ ବୄଦ୍ଧ କ୍ଷତବିକ୍ଷତ ମୄତ ଅବସ୍ଥାରେ ପାଇଥିଲେ।ବାଗଡିହି ଫାଣ୍ତି ଅଧିକାରୀ ଘଟଣା ସ୍ଥଳକୁ ଯାଇ ଶବକୁ ବ୍ୟବଚ୍ଚ୍ଥେଦ ପାଇଁ ପଠାଇଥିଲେ।ମୃତ ପରିବାର କୁ ସରକାରୀ ସହାୟତା କରାଯିବା ପାଇଁ ଫରେଷ୍ଟର ସାହୁ କହିବା ସହ ଏବେ ମଧ୍ୟ ପିତାମାଲ ଜଙ୍ଗଲରେ ଏକ ଦନ୍ତା ହାତୀ ଥିବା ସୂଚନା ଦେଇ ଜନସାଧାରଣ ସତ୍ତର୍କ ରହିବାକୁ ସୂଚନା ଦେଇଛନ୍ତି।
କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ _First News Odisha.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0