।। ପାଟଣା ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, କେନ୍ଦୁଝର ଚମ୍ପିୟାନ ।।

Oct 14, 2024 - 19:08
 0  11
।। ପାଟଣା ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, କେନ୍ଦୁଝର ଚମ୍ପିୟାନ ।।

ପାଟଣା- କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ସ୍ଥିତ ଷ୍ଟାଡିୟମ ଠାରେ ପାଟଣା କ୍ରିକେଟ କ୍ଲବ ଆନୁକୂଲ୍ୟରେ ୩ ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଟର ଉଦଯାପିତ ହୋଇଛି। ଏଥିରେ ୪ ଟି ଦଳ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ କେନ୍ଦୁଝର ଏକାଦଶ ଓ ଯଶିପୁର ଏକାଦଶ ମଧ୍ୟରେ ଖେଳା ଯାଇଥିଲା। ପ୍ରଥମେ ଟସ୍ ଜିତି ଯଶିପୁର ଏକାଦଶ ନିର୍ଦ୍ଧାରିତ ୨୦ ଓଭରେ ୧୮୪ ରନ୍ ସଂଗ୍ରହ କରିଥିଲା। ବିପକ୍ଷ ଦଳ କେନ୍ଦୁଝର ଏକାଦଶ ୧୮୬ ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲା। ଆମ୍ପାୟାର ଭାବେ ମାନସ ମହାନ୍ତ ଓ ସମୀର ସେଠୀ ଖେଳ ପରିଚାଳନା କରିଥିଲେ। କିଶୋର କୁମାର ସେଠୀ ଧାରା ବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ସମାଜସେବୀ ଅଜୟ କୁମାର ଦାଶ , ପାଟଣା ପ୍ରେସ କ୍ଲବ ସମ୍ପାଦକ ବିଜୟ ରତ୍ନ ପତି, ପୂର୍ବତନ ଖେଳାଳୀ ସତ୍ୟବ୍ରତ ଦାଶ ପ୍ରମୁଖ ଯୋଗ ଦେଇ ବିଜେତା ଦଳକୁ ୨୦ ହଜାର ଓ ଉପ ବିଜେତା ଦଳ କୁ ୧୫ ହଜାର ଟଙ୍କା ପ୍ରଦାନ କରିଥିଲେ। ପାଟଣା କ୍ରିକେଟ କ୍ଲବ ର ସନତ କୁମାର ଦାଶ, ଚିନ୍ମୟ ଦାଶ, ବିପ୍ଳବ କୁମାର ପୃଷ୍ଟି, ନିଖିଲ ପତି, ଦେବାଶିଷ ପଟ୍ଟନାୟକ, ପବନ ବାରିକ, ପ୍ରିତମ ଭଞ୍ଜ, ଆଶୁତୋଷ ଦାଶ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ