ପାଜିବାହାଳି ଠାରେ ଆମ ଗାଁର ଇତିହାସ ଓ ସଂସ୍କୃତି ସମୀକ୍ଷା ବୈଠକ

ଲାଞ୍ଜିଗ(ସାଗର ବେନାଳ,୩/୨ )ରାଜ୍ୟ ସରକାର ବିଭିନ୍ନ ସମୟରେ ଅନେକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଲୋକଙ୍କୁ ସଚେତନ କରୁଥିବା ବେଳେ ଓଡିଶା ଓସିପା ଓ କୃଷି ବିଭାଗ ମିଳିତ ଆନୁକୂଲ୍ୟରେ ଜୟଧର ସଗଡ଼ିଆ ଙ୍କ ତ୍ବତ୍ୱାବଧାନରେ ଆଜି ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ସ୍ଥିତ ପାଜିବାହାଳି ଠାରେ ଆମ ଗାଁର ଇତିହାସ ଓ ଖାଦ୍ୟ ସଂସ୍କୃତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଶ୍ରୀଅନ୍ନ ଅଭିଯାନ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବ୍ଲକର ୫ଗୋଟି ସ୍କୁଲ ସ୍ଥାନ ପାଇଥିବା ବେଳେ ବିଜେପୁର, ବେନଗାଁ, ପାହାଡ଼ ପଦର, ମାଳିଯୁବାଙ୍ଗ, ସମେତ କାନକୁଟ୍ରୁ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇଛି l ପାଞ୍ଚ ଗୋଟି ସ୍କୁଲର ଛାତ୍ର ଛାତ୍ରୀ ମାନେ ନିଜନିଜ ଗାଁର ଇତିହାସ,ପୂର୍ବ ପୁରୁଷ ମାନେ କେମିତି ରହୁଥିଲେ ଓ କେଉଁ ପ୍ରକାର ଖାଦ୍ୟ ଖାଇ ତାଙ୍କର ଜୀବନ ଜୀବିକା ଉପରେ ନିର୍ଭର କରୁଥିଲେ ଏସମ୍ପର୍କରେ ଛାତ୍ର ଛାତ୍ରୀ ମାନେ ନିଜେ ଲେଖି ନିଜ ସ୍କୁଲରେ ଉପସ୍ଥାପନା କରିବା ପାଇଁ ନିର୍ଦେଶ ରହିଛି l ନିର୍ଦେଶ କ୍ରମେ ଛାତ୍ରଛାତ୍ରୀ ମାନେ ଗାଁର ଇତିହାସ ଲେଖି ସ୍କୁଲରେ ଉପସ୍ଥାପନା କଲାପରେ ସ୍କୁଲରେ ଯେଉଁ ଛାତ୍ର ଛାତ୍ରୀ ମାନେ ଉପସ୍ଥାପନା କରି ଶ୍ରେଷ୍ଠ ବିବେଚିତ ହୋଇଥିଲେ ସେହି ଛାତ୍ରଛାତ୍ରୀ ମାନେ ପୁଣି ଥରେ ନିଜ ଗାଁରେ ଉପସ୍ଥାପନା କରିଥିଲେ l ଏହି ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ସରକାରୀ ଉଚ୍ଚ ବିଦ୍ୟାଳୟର ବେନଗାଁ ର ନବମ ଶ୍ରେଣୀ ଛାତ୍ରୀ ପାଜିବାହାଳି ଗାଁ ର କୁମାରୀ ପ୍ରଜ୍ଞାସିନୀ ବେହେରା ଏକ ପୁସ୍ତକ ଲେଖି ଗାଁରେ ଉପସ୍ଥାପନା କରିଥିଲେ l କେବଳ ଆମ ଗାଁ ନୁହେଁ ଓଡ଼ିଶାର ପ୍ରତ୍ୟେକ ଗ୍ରାମ ର ଇତିହାସ ଲେଖା ହେବା ଦରକାର ବୋଲି ଗ୍ରାମବାସୀ ତଥା ଉପସ୍ଥିତ ଥିବା ବୁଦ୍ଧିଜୀବୀ ମାନେ କହିଛନ୍ତି |ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେନଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ମହୋଦୟ ପୁରାଣା ମାଝୀ ଯୋଗ ଦେଇଥବା ବେଳେ ସମ୍ମାନିତ ଅତିଥି ଭାବେ ବେନଗାଁ ପଞ୍ଚାୟତ ସମିତି ସଭ୍ୟା ପ୍ରତିନିଧି ଓ ଦୁଇ ଜଣ ସ୍କୁଲ ଶିକ୍ଷକ ବିଷ୍ଣୁ ମିଣିଆକା,ବିବେକ କୁମାର ବେହେରା ଯୋଗ ଦେଇଥିଲେ l ସେହିପରି ନରେନ୍ଦ୍ର ବେହେରା , ରବି ହରିଜନ , ଶାକାରାମ ବେନାଳ ,ଭାରତୀ କରୁଆଁ ସମେତ ଉକ୍ତ ଗ୍ରାମର ଗ୍ରାମବାସୀ ଉପସ୍ଥିତ ରହିଥିଲେ |
What's Your Reaction?






