ପଥ ଉତ୍ସବ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ମାଲକାନଗିରି, ୨୬/୧୧/୨୫: ମାଲକାନଗିରି ଜିଲ୍ଲାର ଲୋକ ମହୋତ୍ସବ ମାଲ୍ୟବନ୍ତ ନେଇ ଆୟୋଜନ ହେବ ପଥ ଉତ୍ସବ। ଆଜି ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ ଙ୍କ ଅଧ୍ୟକ୍ଷତାରେ ପଥ ଉତ୍ସବ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିସେମ୍ବର ୭ ରେ ପଥ ଉତ୍ସବ ପାଳନ ହେବ ବୋଲି ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ଡିଏନକେ ଛକ ପର୍ଯ୍ୟନ୍ତ ରାସ୍ତା ରେ ଏହା ଆୟୋଜନ ହେବ। ଉତ୍ସବ ରେ ଝୋଟି, ସ୍କେଟିଂ, ମାର୍ଶାଲ ଆର୍ଟ, ଧନୁତୀର, ଯୋଗ, ସ୍ବାସ୍ଥ୍ୟ କ୍ୟାମ୍ପ, ନୃତ୍ୟ ଗୀତ ଫାନ୍ସି ଡ୍ରେସ୍, ସିଗ୍ନେଚର କ୍ୟାମ୍ପେନ୍, ଚିତ୍ରକଳା ପ୍ରଦର୍ଶନ ଓ ଡୋଗ୍ ସୋ ଇତ୍ୟାଦି ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ସହାୟକ ଜିଲ୍ଲାପାଳ ଅଜୟ ମାଣ୍ଡାଙ୍ଗୀ, ଶଶାଙ୍କ ମିଶ୍ର ଙ୍କ ସମେତ କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0