ନ୍ୟୁ ଏଡେଡ଼ କର୍ମଚାରୀଙ୍କ ଅକାଳ ବିୟୋଗ

Jul 8, 2026 - 22:23
 0  2
ନ୍ୟୁ ଏଡେଡ଼ କର୍ମଚାରୀଙ୍କ ଅକାଳ ବିୟୋଗ

ପଡ଼ିଆ, ୭/୭: ମାଲକାନଗିରି ଜିଲ୍କା ପଡ଼ିଆ ବ୍ଳକ ଅନ୍ତର୍ଗତ ଗଠନପଲୀ ବିଜ୍ଞାନ ଶିକ୍ଷକ ଙ୍କ ଅକାଳ ବିୟୋଗ ହୋଇଛି। ଆଜି ତା ୦୭/୦୭/୨୬ ରିକା ସକାଳ ୭ ଘଣ୍ଟିକା ସମୟରେ ନ୍ୟୁ ଏଡିଡ଼ ନବୀନ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଗଠନପଲ୍ଲୀ ବିଜ୍ଞାନ ସହାୟକ ଶିକ୍ଷକ ଙ୍କ ଶ୍ରୀଯୁକ୍ତ ଏସ୍ ସୁଦର୍ଶନ ରାଓ ଚିକିତ୍ସାଧୀନ ଅବସ୍ଥାରେ ପଡ଼ିଆ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମୃତ୍ୟୁ ବରଣ କରିଛନ୍ତି। ସେ ୨୩/୦୪/୯୪ ମସିହାରେ ନବୀନ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ। ଆଜିକୁ ପାଞ୍ଚ ବର୍ଷ ହେଲା ସରକାରୀ ଉଚ୍ଚ ବିଦ୍ୟାଳୟ, ପଡ଼ିଆ କୁ ଡେପୁଟେସନ ରେ ଯାଇ କାର୍ଯ୍ୟ କରୁଥିଲେ। ଆଜି ସକାଳେ ହଠାତ ଅସୁସ୍ଥ ଅନୁଭବ କରିବାରୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ଜଣାଇବା ମାତ୍ରେ ସେ ସଙ୍ଗେ ସଙ୍ଗେ ପଡ଼ିଆ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ପ୍ରାୟ ଅଧ ଘଣ୍ଟାରୁ ଚିକିତ୍ସା ଭିତରେ ସୁଦର୍ଶନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ସେ ଜଣେ ସରଳ, ନିଷ୍କପଟ ଓ ଅମାୟିକ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ସାରା ଅଞ୍ଚଳ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ