ନ୍ୟାସନାଲ ମହାବିଦ୍ୟାଳୟ ଠାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି

Jan 10, 2025 - 19:09
 0  11
ନ୍ୟାସନାଲ ମହାବିଦ୍ୟାଳୟ ଠାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି

ନୂଆପଡା ଜିଲ୍ଲା ନ୍ୟାସନାଲ ମହାବିଦ୍ୟାଳୟ ଠାରେ ଆଭ୍ଯନ୍ତରୀଣ ଗୁଣବତ୍ତା ସୁନିଶ୍ଚିତ ପ୍ରକୋଷ୍ଠ, ଯୁବ ରେଡ଼କ୍ରସ ଓ ରାଷ୍ଟ୍ରୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ଯକ୍ଷ ପ୍ରଫେସର ହିତେଶ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଦୁର୍ଲ୍ଲଭ ଚରଣ ବେହେରା ମୁଖ୍ୟବକ୍ତା ଓ ଅଧ୍ଯାପକ ବୈଦ୍ଯନାଥ ଗଡ଼ତିଆ,ଅଧ୍ଯାପିକା ନନ୍ଦିନୀ ମଞ୍ଜରୀ ହୋତା,ଅଧ୍ଯାପକ ଶିବ ପ୍ରସାଦ ସା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅତିଥି ମାନେ ପ୍ରବାସୀ ଭାରତୀୟଙ୍କ ଗୁଣଗାନ କରିବା ସହ ସାରା ବିଶ୍ବରେ ବିଭିନ୍ନ ପ୍ରତିଷ୍ଠିତ କ୍ଷେତ୍ରରେ ସେମାନେ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଥିବା କଥା ଉପସ୍ଥାପନ କରିଥିଲେ । ପୃଥିବୀର ପ୍ରତ୍ୟେକ କୋଣରେ ବାସକରୁଥିବା ପ୍ରବାସୀ ଭାରତୀୟଙ୍କୁ ନିଜ ମାତୃଭୂମି ସହିତ ଯୋଡ଼ିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଅଧ୍ଯାପକ ସଚିବ କୁମାର ବାବୁ କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିବା ବେଳେ ଅଧ୍ଯାପକ ଭେଙ୍କଟେଶ୍ବର ପ୍ରଧାନ ଉପସ୍ଥିତ ଅତିଥି ଓ ଛାତ୍ରଛାତ୍ରୀମାନଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ନୂଆପଡା ରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ