ନୂତନ ନଳକୂଅ ଖନନ କେବେ କରିବେ ଜିଲ୍ଲା ପ୍ରଶାସନ:ପଶୁ ମାନଙ୍କ ପରି ଗୋଳିଆ ପାଣି ପିଇ ଶୋଷ ମେଣ୍ଟାଉ ଛନ୍ତି ଲୋକ
କନ୍ଧମାଳ/ଫିରିଙ୍ଗିଆ ୧୪/୪/୦୨୬(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା)ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାନୀୟ ଜଳର ସମସ୍ୟା ଦୁର କରିବା ପାଈଁ ସରକାରଙ୍କ ମାଳ ମାଳ ଯୋଜନା କରୁଛନ୍ତି। ହେଲେ ସଠିକ୍ ଲୋକଙ୍କ ପାଖରେ ପହଞ୍ଚି ପାରୁନି ଯୋଜନା ଲୋକ ସୁଦ୍ଧ ପିଇବା ପାଣି ଏବେ ମଧ୍ୟ ପିଇବାର ସାତସପନ ପାଲଟିଛି। ଲୋକେ ବର୍ଷ ସାରା ନାଳ ପାଣି ଉପରେ ଭରସା କରୁଛନ୍ତି । ଯେଉଁ ପାଣି ଗୋଳିଆ ହୋଈ ଥିବ ଏପରି ଜାହା ପଶୁ ମାନେ ପିଅନ୍ତି ତାହା ଲୋକ ମାନେ ପିଇ ଶୋଷ ମେଣ୍ଟାଇବା ଚିତ୍ର ସାମ୍ନାକୁ ଆସିଛି I କାହିଁ କେଉଁ କାଳରୁ ଜଳ ଯନ୍ତ୍ରଣା ଭୋଗୁଛନ୍ତି ଗାଁର ଲୋକେ। ଏଭଳି ଅଭାବନ୍ୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର କୁଏରିମାଣ୍ଡୁ ପଞ୍ଚାୟତ ପେତେଣିବାରୁ ସାହିରେ। ଲାଗିରହିଛି ପିଇବା ପାଣି ସମସ୍ୟା । ଗାଁ ଲୋକଙ୍କ ପାଇଁ ସୁଦ୍ଧ ପିଇବା ପାଣି ସାତସପନ ପାଲଟିଛି । ଲୋକେ ବର୍ଷସାରା ନାଳରୁ ଦୁଷିତ ପିଇବା ପାଣି ସଂଗ୍ରହ କରୁଛନ୍ତି । ଫଳରେ ଜଳ ଜନିତ ବିଭିନ୍ନ ରୋଗରେ ପିଲାଛୁଆଙ୍କ ସହିତ ବଡ ଲୋକ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ନାଳ ଚୁଆଁ ପାଣି ସେଥିରୁ ଗୋଳିଆ ପାଣି ବାହାରୁ ଥିବାରୁ ତାହା ବ୍ୟବହାର ଯୋଗ୍ୟ ହୋଇ ପାରୁନାହିଁ। ଫଳରେ ଲୋକେ ଖରାଦିନରେ ନାଳରେ ଚୂଆଁ ଖୋଳି ପିଇବା ପାଣି ସଂଗ୍ରହ କରୁଥିବା ବେଳେ ଅନ୍ୟ ସମୟରେ ନାଳରେ ବହି ଯାଉଥିବା ଦୁଷିତ ପାଣିକୁ ପିଇବା ପାଇଁ ବାଧ୍ୟ ହେଉଛନ୍ତି। ଖାଲି ସେତିକି ନୁହେଁ ନାଳଟି ଗାଁ ଠାରୁ କିଛି ଦୂରରେ ଥିବାରୁ ପିଇବା ପାଣି ସଂଗ୍ରହ ପାଇଁ ଯିବାବେଳେ ଭୟ ମଧ୍ୟ ରହୁଛି। ଏ ସମ୍ପର୍କରେ ବାରମ୍ବାର ପ୍ରଶାସନ କୁ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଲୋକେ ଅଭିଯୋଗ କରିଛନ୍ତି ।ଯଥା ଶିଘ୍ର ପିଇବା ପାଣିର ସୁ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। କନ୍ଧମାଳ ଜିଲ୍ଲା ପ୍ରଶାସନ ଏହି ପାନୀୟ ଜଳ ସମସ୍ୟା କୁ ଗୁରୁତ୍ବ ମନେକରି ସେହି ସ୍ଥାନରେ ନୂତନ ନଳକୂଅ ଖନନ କରିବାର ସୁ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି ଲୋକ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0