ନୂଆପଡା ସହରରେ ରେଲ୍ ୱେ ଓଭର୍ ବ୍ରିଜ୍ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ଆରମ୍ଭ

ନୂଆପଡା, ନୂଆପଡା ସହର ରେଳ ଷ୍ଟେସନ୍ ସନ୍ନିକଟ ନୂଆପଡା ସୋହେଲା ରାସ୍ତାରେ ରେଲ୍ ୱେ ଓଭର୍ ବ୍ରିଜ୍ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହୋଇଛି l ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଗେସରାମ ପଟେଲ୍ ଓ ଗୀତା ସାହୁ , ନିବାସୀ ଗୋଡଫୁଲାଙ୍କ ନାମରେ ଥିବା 432 ଡ଼ିସିମିଲ ଜମିକୁ ଆଜି ଉପନିବନ୍ଧକ କାର୍ଯ୍ୟାଳୟରେ ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଖରିଆର ,ଶଶାଙ୍କ ଶେଖର ଶୁକ୍ଳା ତରଫରେ ରେଜିଷ୍ଟ୍ରେସନ୍ କରା ଯାଇଛି l ଏହି ସମୟରେ ଜିଲ୍ଲା ଉପନିବନ୍ଧକ ରାକେଶ କୁମାର ପରିଡ଼ା , ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ଗର୍ଡିଆ, ବିଭାଗୀୟ କର୍ମଚାରୀ ଅଶୋକ ମହାନନ୍ଦ ପ୍ରମୂଖ ଉପସ୍ଥିତ ଥିଲେ l ଏହାଦ୍ବାରା ନୂଆପଡା ସହରରେ ବହୁ ପ୍ରତିକ୍ଷିତ ରେଲ୍ ୱେ ଓଭର୍ ବ୍ରିଜ୍ ଶୀଘ୍ର ନିର୍ମାଣର ଆଶା ଉଜ୍ଜିବିତ ହୋଇଛି l
ନୂଆପଦରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ମିୟୁଜ ଓଡିଶା
What's Your Reaction?






