ନୂଆପଡା ସଦର କ୍ଲଷ୍ଟର ରେ ଶିକ୍ଷଣ ସାମଗ୍ରୀ କର୍ମଶାଳା

Feb 25, 2025 - 20:45
 0  11
ନୂଆପଡା ସଦର କ୍ଲଷ୍ଟର ରେ ଶିକ୍ଷଣ ସାମଗ୍ରୀ କର୍ମଶାଳା

ନୂଆପଡ଼ା ସଦର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ରତିପାଳି ରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ସଦର ସିଆରସିସି ଜୀତେନ୍ଦ୍ର କୁମାର ଖମାରୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତରାମ ନାଏକ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଅଧ୍ୟାପିକା ରୀନା ବାଗ, ପ୍ରାଧ୍ୟାପକ ଶଙ୍କର ସାହୁ, ଅଁଲାଯୁବା ସିଆରସିସି ଶରତ ପଣ୍ଡା ଯୋଗଦାନ କରି ଉତ୍ସାହିତ କରିଥିଲେ। ଉକ୍ତ କର୍ମଶାଳାରେ ୧୩ ଟି ବିଦ୍ୟାଳୟ ର ୨୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ ପୂର୍ବକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ଏହାର ବ୍ୟବହାର ସଂପର୍କରେ ସୁନ୍ଦର ଭାବରେ ବୁଝାଇ ଥିଲେ। ସାଧନ କର୍ମୀ ଶ୍ରୀ ଗୁଣ ସାଗର ଭୋଇ ଓ ଶ୍ରୀ ଠୁବୁ ମାଝି ପର୍ଯ୍ୟବେକ୍ଷଣ କରି ଶିକ୍ଷୟିତ୍ରୀ ପିଙ୍କି ଏଣ୍ଡେଜା ଙ୍କୁ ପ୍ରଥମ, ପାର୍ବତୀ ଭୋଇ ଙ୍କୁ ଦ୍ଵିତୀୟ ଓ ଚିନ୍ମୟୀ ଦାସ ଙ୍କୁ ତୃତୀୟ ଚୟନ କରିଥିଲେ। ସମସ୍ତ ଅଂଶଗ୍ରହକାରୀଙ୍କୁ ପ୍ରମାଣ ପତ୍ର ଏବଂ କୃତି ଶିକ୍ଷୟିତ୍ରୀ ଙ୍କୁ ଟ୍ରଫି ସହିତ ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ଅତିଥି ମାନଙ୍କ ଦ୍ଵାରା ସମ୍ମର୍ଦ୍ଧନା କରାଗଲା। ପରିଶେଷରେ ରତିପାଳି ପ୍ରଧାନ ଶିକ୍ଷକ ଥବିର ରଣା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ