।। ନୂଆପଡା ବିଧାନସଭା ଆସନରୁ ରାଜେନ୍ଦ୍ର ଢୋଲକିଆଙ୍କ ବାଜିମାତ ।।

ନୂଆପଡ଼ା : ନୂଆପଡ଼ା ବିଧାନସଭା ଆସନରୁ ପୁଣି ବାଜିମାତ କରିଛନ୍ତି ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ । ରାଜେନ୍ଦ୍ର ଢୋଲକିଆ ବିଜୟ ହେବା ପର ବିଜେଡି ଶିବିରରେ ଖୁସିର ଲହରୀ ଖେଳିଯାଇତିବାବେଳେ କର୍ମୀମାନେ ଏକ ଶୋଭାଯାତ୍ରରେ ଖରିଆର ରୋଡ଼ରୁ ବାହାରି ୧୦ କିମି ରୋଡ୍ ସୋ କରି ନୂଆପଡ଼ା ପହଞ୍ଚିଥିଲେ । ନୂଆପଡ଼ାରେ ସ୍ବର୍ଗତ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ପୁଣି ଶୋଭାଯାତ୍ରରେ ଖରିଆର ରୋଡ୍ ଅଭିମୁଖେ ଯାଇଥିଲେ ଏଥିରେ ବିଜେଡିର ଶତାଧିକ କର୍ମୀ ଓ ନେତାମାନେ ଉପସ୍ଥିତ ରହିଥିଲେ । ନିଜର ନିକଟତମ ପ୍ରତିଦ୍ବନ୍ଦୀ ତଥା ସ୍ଵାଧୀନ ପ୍ରାର୍ଥୀ ଠାରୁ ସେ ୧୦ ହଜାର ୮୮୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଶ୍ରୀ ଢୋଲକିଆ ୬୧ ହଜାର ୮୨୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ସ୍ଵାଧୀନ ପ୍ରାର୍ଥୀ ଘାସିରାମ ମାଝୀ ୫୦ ହଜାର ୯୪୧ ଖଣ୍ଡ ଭୋଟ୍ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ । ସେହିପରି ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ୪୪ ହଜାର ୮୧୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ପ୍ରଦେଶ କଂଗ୍ରେସ ମୁଖ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ ଚତୁର୍ଥ ସ୍ଥାନରେ ରହି ୧୪ ହଜାର ୫୦୧ ଖଣ୍ଡ ଭୋଟ୍ ପାଇଥିବାବେଳେ ପଞ୍ଚମ ସ୍ଥାନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ଭୂଜବଳ ଆଡ଼ବଙ୍ଗ ୫ ହଜାର ୬୫୫ ଭୋଟ ପାଇଥିବାବେଳେ ଷଷ୍ଠ ସ୍ଥାନରେ ବିଏସପି ପ୍ରାର୍ଥୀ ସୁଖଧର ଡଣ୍ଡସେନା ୧୪୨୯ ଖଣ୍ଡ ଭୋଟ୍ ପାଇଥିବାବେଳେ ସପ୍ତମ ସ୍ଥାନରେ ଏସପି ପ୍ରାର୍ଥୀ ଲୋଚନ ସିଂ ମାଝୀ ୧୨୫୦ ଖଣ୍ଡ ଭୋଟ୍ ପାଇଛନ୍ତି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






