ନୂଆପଡା ଥାନା :ମହିଳା ପୁଳିସ କନେଷ୍ଟବଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର :ମୃତ୍ୟୁର କାରଣ ଖୋଜୁଛି ପୋଲିସ

Aug 17, 2025 - 20:23
 0  5
ନୂଆପଡା ଥାନା :ମହିଳା ପୁଳିସ କନେଷ୍ଟବଳଙ୍କ  ଝୁଲନ୍ତା ମୃତ ଦେହ ଉଦ୍ଧାର :ମୃତ୍ୟୁର କାରଣ ଖୋଜୁଛି ପୋଲିସ

ନୂଆପଡାରେ ରହୁଥିବା ଜଣେ ମହିଳା ପୁଲିସ କୁର୍ମଚାରୀଙ୍କ ନୂଆପଡ଼ା ରେଲୱେ ଫାଟକ ପାଖରେ ଏକ ଗଛରେ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ନୂଆପଡ଼ା ପୁଲିସ ଶବ ଉଦ୍ଧାର କରିଛନ୍ତି । ସୂଚନା ଅନୁଯାଇ ନୂଆପଡ଼ା ପୋଲିସ ବିଭାଗରେ କାର୍ଯ୍ୟରତ ଥିବା ଜଣେ ମହିଳା ପୁଲିସ କର୍ମଚାରୀ ରୁକ୍ମଣୀ ନାଗ (୨୮) ଆଜି ସନ୍ଧ୍ୟାରେ ନୂଆପଡ଼ା ରେଲୱେ ଫାଟକ ପାଖରେ ଥିବା ଏକ ଗଛରେ ଓଢ଼ନି ସାହାର୍ଯ୍ୟରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ନୂଆପଡ଼ା ପୁଲିସ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରି ଜବତ୍ କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରଖା ଯାଇଛି । ମହିଳା ପୁଲିସ କର୍ମଚାରୀ ବିବାହିତା, ସେ କାହିଁକି ଆତ୍ମହତ୍ୟା କଲେ ସନ୍ଦେହ ଘେରରେ ରହିଛି । ମୃତ ପୁଲିସ କର୍ମଚାରୀଙ୍କ ସ୍ବାମୀ ମଧ୍ୟ ପୁଲିସ ବିଭାଗରେ କାମ କରୁଥିବା ଜଣାପଡିଛି । ମୃତ ମହିଳା ପୋଲିସ ଙ୍କ ମୃତ୍ୟୁ ପୁର୍ବ ର ଏକ ଭିଡିଓ ବାର୍ତ୍ତା ମୋବାଇଲ୍ ରେ ଭାଇରାଲ ହେଉଛି । ମୃତକ ମହିଳା ପୋଲିସ କର୍ମଚାରୀ ଙ୍କ ଭଉଣି ଏକ ଏଫଆଇଆର ନୂଆପଡ଼ା ପୋଲିସ ଷ୍ଟେସନରେ ଦାୟର କରିଛନ୍ତି । କେସ ନମ୍ବର- ୧୯୧/୨୦୨୫, ୧୬ ଜୁଲାଇ ୨୦୨୫, ବିଏନଏସ ଧାରା, ୟୁ/ଏସ ୮୫,୧୦୮ ରୁଜୁ କରି ତଦନ୍ତ ଅବ୍ୟାହତ ରହିଛି । ତଦନ୍ତ ପରେ ମୃତ୍ୟୁ ରହସ୍ୟ ପଦାକୁ ଆସିବ ବୋଲି ଜଣାପଡିଛି ।

ନୂଆପଦରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ