ନୂଆପଡା ଠାରେ ମିଶନ ଶକ୍ତି ଋଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

Feb 6, 2025 - 20:16
 0  12
ନୂଆପଡା ଠାରେ ମିଶନ ଶକ୍ତି ଋଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା ; ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ହନୁମାନ ମନ୍ଦିର ପରିସରରେ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇ ଯାଇଛି । ନୂଆପଡା ବ୍ଳକର ୨୦୮ ଟି ସ୍ଵଙ୍ଗ ସହାୟକ ମହିଳା ଗୋଷ୍ଠୀଙ୍କୁ ବିଭିନ୍ନ ୨୧ ଟି ବ୍ୟାଙ୍କ ଜରିଆରେ ୧୦ କୋଟି ୧୨ ଲକ୍ଷ ଟଙ୍କା ଋଣ ମଞ୍ଜୁର ଆବେଶ ପ୍ରଦାନ କରାଯାଇଛି । ନୂଆପଡା ଗୋଷ୍ଠି ଉନ୍ନୟନ ଅଧିକାରୀ ରୋହିତ ଭୁଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଉପାଧ୍ୟକ୍ଷ ଦିଲିପ ନର୍ମଲକର, ସମ୍ମାନିତ ଅତିଥି ଭାବେ ଏଲ.ଡି.ଏମ ସୀତାରାମ ମେହେର, ମିଶନ ଶକ୍ତି ଜିଲା ପ୍ରକଳ୍ପ ସଂଯୋଜକ ସୁନୀଲ କୁମାର ମଲ୍ଲିକ, ଜିଲା ସାମାଜିକ ମଙ୍ଗଳ ଅଧିକାରୀ ସଙ୍ଗିତା ପାତ୍ର, ବି.ପି.ଏମ. ଧନଞ୍ଜୟ ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ମଂଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ଏମ.ବି.କେ, ସି.ଆର.ପି, ବ୍ୟାଙ୍କ ମିତ୍ର, ବି.ଏଲ.ଏଫ କର୍ମକର୍ତା ଓ ସ୍ୱୟଂ ସହାୟକ ମହିଳା ଗୋଷ୍ଠି ପ୍ରମୁଖ ଉପସ୍ଥିତ ଥିଲେ । ନୂଆପଡା ମିଶନ ଶକ୍ତି ବି.ପି.ଏମ. ବିପିସି ଧନିରାମ ଶବର ମଂଚ ପରିଚାଳନା କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ