।। ନୂଆପଡା ଜିଲ୍ଲା ରାଜସ୍ବ ଅଧିକାରୀ ମାନଙ୍କ ସମୀକ୍ଷା ବୈଠକ ।।

ରାଜସ୍ବ ଆଦାୟ ଉପରେ ଗୁରୁତ୍ବ ଦେବାପାଇଁ ଜିଲ୍ଲାପାଳ ଙ୍କ ନିର୍ଦେଶ । ନୂଆପଡା : ଆଜି ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ରାଜସ୍ବ ଅଧିକାରୀ ମାନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥୁରେ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ରାଜସ୍ବ ସମୟ ସୀମା ମଧ୍ୟରେ ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରୟତ, ଜିଲ୍ଲା ବନ ଅଧିକାରୀ, ଉପଜିଲ୍ଲାପାଳ, ଜିଲ୍ଲାର ସମସ୍ତ ରାଜସ୍ବ ଅଧିକାରୀ, ବିଡ଼ିଓ, ତହସିଲଦାର, ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ, ରାସ୍ତା ଓ କୋଠାବାଡି ନିର୍ମାଣ ଯନ୍ତ୍ରୀ, କେନାଲ ବିଭାଗ ଯନ୍ତ୍ରୀ, ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା ଖଣି ଅଧିକାରୀ, ଡେପୁଟି କମିଶନର ଜି ଏସ ଟି, ଜିଲ୍ଲା ଇ ଶାସନ ପରିଚାଳକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସରକାରଙ୍କ ନିର୍ଦେଶ କ୍ରମେ ସମସ୍ତ ସରକାରୀ ଜମିକୁ ଶୀଘ୍ର ଜବରଦଖଲ ମୁଗ୍ଧ କରି ତହସିଲଦାର ମାନେ ସରକାରୀ ଦଖଲ କୁ ଆଣିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ | ସମୀକ୍ଷା ବୈଠକର ନିଷ୍ପତି ଅନୁସାରେ ତହସିଲଦାର ଓ ବିଡ଼ିଓ ମାନଙ୍କ ସହାୟତାରେ ମୂଲ୍ୟବାନ ସରକାରୀ ଜମିସବୁ ର ଘେରାବନ୍ଦୀ କରାଯିବ । ଅବକାରୀ ବିଭାଗ, ଜି ଏସ ଟି ଅଧିକାରୀ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ଅଧିକ ମାତ୍ରା ରେ ଚଢ଼ାଉ କରି ଧାର୍ଯ୍ୟ ସରକାରୀ ଖଜଣା ଭରିବେ । କୌଣସି ସରକାରୀ କର୍ମଚାରୀ ବିନା ହେଲମେଟରେ କାର୍ଯ୍ୟାଳୟ ଆସିବେ ନାହିଁ । ଜିଲ୍ଲାର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅଗ୍ରାଧିକାର ଭିତ୍ତରେ ତହସିଲଦାର ମାନେ ଜମି ଯୋଗାଇଦେବେ । ଖଣି ବିଭାଗ ଜିଲ୍ଲାରେ ଉପଲବ୍ଧ ସମସ୍ତ ଖଣିଜ ଦ୍ରବ୍ୟ, ବାଲି, ପଥର, ମୋରମ ଖଣି ର ସର୍ଭେ କରିବେ । ବାସହୀନ ମାନଙ୍କୁ ବାସଡିହ ଯୋଗାଇଦିଆଯିବ । ସମସ୍ତ ଲାଇନ ବିଭାଗ ରାଜସ୍ବ ବୃଦ୍ଧି ରେ ସହଯୋଗ କରିବେ । ସମସ୍ତ ବିଭାଗର ମିଳିତ ଉଦ୍ୟମକ୍ରମେ ଜିଲାର ରାଜସ୍ଵ ବୃଦ୍ଧି ସହିତ ଦ୍ରୁତ ପଗତି ପାଇଁ ଜିଲାପାଳ ଏହି ବୈଠକରେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






