ନୂଆପଡାରେ ବିକଶିତ ଗାଁ,ବିକଶିତ ଓଡ଼ିଶା ସମାରୋହ ଆୟୋଜିତ

Feb 5, 2025 - 20:26
 0  61
ନୂଆପଡାରେ ବିକଶିତ ଗାଁ,ବିକଶିତ ଓଡ଼ିଶା ସମାରୋହ ଆୟୋଜିତ

ନୂଆପଡ଼ା : ଆଜି ନୂଆପଡ଼ା ଜିଲ୍ଲା ସଦର ମହକୁମା ଏଵଂ କୋମନା, ବୋଡ଼େନ, ଖଡ଼ିଆଳ ଏଵଂ ସିନାପାଲି ବ୍ଲକ ମୁଖ୍ୟାଳୟ ମାନଙ୍କରେ ବିକଶିତ ଗାଁ, ବିକଶିତ ଓଡ଼ିଶା ସମାରୋହ ଅନୁଷ୍ଠିତ ହୋଇ ଯାଇଛି l ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରେ ଦିନ 11.00 ଟାରେ ଉଦ୍ଘାଟନ କରିଥିଲେ l ଆଭାସି ମାଧ୍ୟମରେ ଏହାର ସିଧା ପ୍ରସାରଣ ସମଗ୍ର ରାଜ୍ୟରେ ହୋଇଥଲା l ବିକାଶିତ ଗାଁ ଯୋଜନା ପାଇଁ ପାଞ୍ଚ ହଜାର କୋଟି ଟଂକାର ପାଣ୍ଠି ଘୋଷଣା କରି ମୁଖ୍ୟମନ୍ତ୍ରୀ ଏହାଦ୍ବାରା ପ୍ରକୃତ ଗ୍ରାମାଞ୍ଚଳର ବୁନୀୟାଦି ଢାଞ୍ଚା ମଜଭୁତ ହୋଇ ପାରିବ ବୋଲି ଆଶା ପୋଷଣ କରିଥିଲେ l ନୂଆପଡ଼ା ରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଜିଲ୍ଲାପାଳ ମଧୁସୂଦନ ଦାଶ, ପୂର୍ବତନ ଲୋକସଭା ସାଂସଦ ବସନ୍ତ ପଣ୍ଡା, ଆଡିସନାଲ ଏସ ପି ରଣଜିତ୍ ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ପରିଷଦ ଉପଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଭ୍ୟ ମାନେ, ଖରୀଆର ରୋଡ଼ ଏନ୍ ଏ ସି ଅଧ୍ୟକ୍ଷା ଡଃ ସୋନିଆ ଜୈନ୍, ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ଵରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବ୍ଲକ୍ ର ବିଭିନ୍ନ ପଞ୍ଚାୟତରୁ ଶହ ଶହ ସଂଖ୍ୟାରେ ମହିଳା ଓ ସ୍ବୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଯୋଗ ଦେଇଥିଲେ l ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଦ୍ଵାରା ଆୟୋଜିତ ଏହି ସଭାରେ ସହରର ଗଣ୍ୟ ମାନ୍ୟ ବ୍ୟକ୍ତି ବିଶେଷ, ବିଭିନ୍ନ ଅଧିକାରୀ ଏଵଂ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ