ନୂଆପଡ଼ା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୁଲ୍ୟରେ:ପାଞ୍ଚଟି ବ୍ଲକରେ ପ୍ରଗତି ତାଲିମ ଶିବିର ଉଦଯାପିତ

Dec 19, 2024 - 19:10
 0  13
ନୂଆପଡ଼ା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୁଲ୍ୟରେ:ପାଞ୍ଚଟି ବ୍ଲକରେ ପ୍ରଗତି ତାଲିମ ଶିବିର ଉଦଯାପିତ

ନୂଆପଡ଼ା : ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ନରୋତ୍ତମ ଭୋଇଙ୍କ ମାର୍ଗଦର୍ଶନରେ ଡିସେମ୍ବର ତା୧୭ ରୁ ୧୯ ତିନି ଦିନ ଧରି ଜିଲ୍ଲାର ପାଞ୍ଚଟି ବ୍ଲକରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ପ୍ରଧାନ ଶିକ୍ଷକ ମାନଙ୍କ ବୃତ୍ତିଗତ ବିକାଶ ନିମନ୍ତେ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ପ୍ରଶିକ୍ଷଣ ( ପ୍ରଗତି) ଅନୁଷ୍ଠିତ ହୋଇଯାଛି। ନୂଆପଡ଼ା ବ୍ଲକରେ ୫୮ ଜଣ ପ୍ରଧାନ ଶିକ୍ଷକ ଓ ଦୁଇ ଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଖଡ଼ିଆଳ ବ୍ଲକରେ ୪୬ ପ୍ରଧାନ ଶିକ୍ଷକ ଓ ତିନି ଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, କୋମନା ବ୍ଲକରେ ୫୮ ପ୍ରଧାନ ଶିକ୍ଷକ ଓ ତିନି ଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ , ବୋଡ଼େନ ବ୍ଲକରେ ୫୪ ପ୍ରଧାନ ଶିକ୍ଷକ ଓ ଦୁଇ ଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସିନାପାଲି ବ୍ଲକରେ ୫୪ ପ୍ରଧାନ ଶିକ୍ଷକ ଓ ଦୁଇ ଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋଟ ୨୮୨ ଜଣ ତାଲିମ ଗ୍ରହଣ କରିଛନ୍ତି। ଉକ୍ତ ତାଲିମରେ ଜାତୀୟ ଶିକ୍ଷାନୀତି ୨୦୨୦, ସାମଗ୍ରିକ ବିଦ୍ୟାଳୟ ବିକାଶ, ମାନ ନିର୍ଦ୍ଧାରଣ, ନେତୃତ୍ବର ବିକାଶ ଉପରେ ଗୁରୁତ୍ଵ ଦିଆଯାଇଛି। ପ୍ରଗତି ଶିବିର ସିନାପାଲି ପାଇଁ ପ୍ରଧ୍ୟାପକ ଶଙ୍କର ସାହୁ, ବୋଡ଼େନ ପାଇଁ ଟିକେଶ୍ୱର୍ ପର୍ଣ୍ଣl, ଖଡ଼ିଆଳ ପାଇଁ ବବିତା ଶବର , କୋମନା ପାଇଁ ଅନିତା ଶବର, ନୂଆପଡ଼ା ପାଇଁ ରୀନା ବାଗଙ୍କ ତତ୍ବାବଧାନରେ ପ୍ରଶିକ୍ଷଣ ଶିବିର ସମ୍ପାଦନ ହୋଇଥିଲା।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ