ନୂଆପଡ଼ା ଜିଲ୍ଲାରେ ଝିଅ ପାଇଁ ଗଛଟିଏ , ବେଟି ସୁରକ୍ଷା ଓ ପରିବେଶ ରକ୍ଷା ବାର୍ତ୍ତା ପ୍ରଚାର କରୁଛି

Feb 3, 2025 - 20:30
 0  19
ନୂଆପଡ଼ା ଜିଲ୍ଲାରେ ଝିଅ ପାଇଁ ଗଛଟିଏ , ବେଟି ସୁରକ୍ଷା ଓ ପରିବେଶ ରକ୍ଷା ବାର୍ତ୍ତା ପ୍ରଚାର କରୁଛି

ନୂଆପଡ଼ା - ତା 03.02.25 ଆଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ନୂଆପଡ଼ା ବ୍ଲକ ରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ପରେ ପରକୋଡ ଗାଆଁ ରେ ଉପସ୍ଥିତ ରହି ଡିଗେଶ୍ୱର ଜଗତ ଓ ତାଙ୍କ ଧର୍ମପତ୍ନୀ ଗୌନ୍ଦିବାଇ ଜଗତ୍ ଙ୍କ ନବଜାତ ଶିଶୁ କନ୍ୟା ଗୁଡ଼ିଆ ଜଗତଙ୍କ ଘରେ ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ଜନାଦୃତ କରିବା ପାଇଁ ପହଞ୍ଚିଥିଲେ l ଜିଲ୍ଲାପାଳଙ୍କ ସହ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପ- ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ,ବି ଡି ଓ ରୋହିତ ଭୋଇ,ଡି ଏସ ଡବ୍ଲୁ ଓ ସଙ୍ଗୀତା ପାତ୍ର , ଜିଲ୍ଲା କୃଷି ଅଧିକାରୀ ଦ୍ୱିଜବର ସେଠୀ, ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ରଶ୍ମୀ ରଞ୍ଜନ ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଏବଂ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ l ଜିଲ୍ଲାପାଳ ଶିଶୁ କନ୍ୟାକୁ ଉପହାର ଦେଇ କୋଳରେ ଧରି ଥିଲେ ଏଵଂ ଦୋଳିରେ ଝୁଲାଇ ଥିଲେ l କନ୍ୟାର ପରିବାର ସଦସ୍ୟ ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଝିଅ ପାଇଁ ନିଜ ଘର ଅଗଣାରେ ପାଇ ଖୁସୀରେ ଆତ୍ମହରା ହୋଇ ଉଠିଥିଲେ ଏଵଂ ମିଷ୍ଟାନ୍ନ ବଣ୍ଟନ କରିଥିଲେ l ଜିଲ୍ଲାପାଳ ବେଟି ବଚାଓ ବେଟି ପଢାଓ ଓ ଝିଅ ପାଇଁ ଗଛଟିଏ ବୋଲି ସ୍ଳୋଗାନ ଦେଇ ଝିଅର ମାତାଙ୍କ ଦ୍ଵାରା ବୃକ୍ଷ ରୋପଣ କରାଇ ଥିଲେ l ଝିଅମାନଙ୍କୁ ହୀନ ଦୃଷ୍ଟିରେ ନ ଦେଖି ଅମୂଲ୍ୟ ରତ୍ନ ଭାବରେ ଗ୍ରହଣ କରି ସେମାନଙ୍କର ଠିକ୍ ଭାବରେ ଲାଳନ ପାଳନ କରିବା ପାଇଁ ଜିଲ୍ଲାପାଳ ଗ୍ରାମ ବାସିଙ୍କୁ ଅନୁରୋଧ କରିଥିଲେ ।ଏହି କାର୍ଯ୍ୟକ୍ରମଟି ସଫଳ ହେବାରେ ନୂଆପଡ଼ା ସି ଡି ପି ଓ - ଅର୍ଚ୍ଚନା ରାଉତ ,ପରକୋଡ଼ ସେକ୍ଟରର ସମସ୍ତ ସୁପର ଭାଇଜର ଓ ଅଙ୍ଗନୱାଡ଼ି କର୍ମୀ ସହଯୋଗ କରିଥିଲେ। ଝିଅର ଜନ୍ମରେ ପରିବାରର ସମସ୍ତେ ଗର୍ବ ଅନୁଭବ କରିବା ଓ ଏହି ଅବସରରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା କରିବା ପାଇଁ ଜିଲ୍ଲାପାଳଙ୍କ ଏହି ପ୍ରୟାସ ସମସ୍ତଙ୍କୁ ଉତ୍ସାହିତ କରୁଛି l

 ନୂଆପଡ଼ାରୁ ଦେବଦାସ ପାଢ଼ୀଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ