ନୂଆପଡ଼ା ଜିଲ୍ଲାପାଳଙ୍କ କୃଷି ସମ୍ବନ୍ଧୀୟ ସମୀକ୍ଷା ବୈଠକ:ସମନ୍ଵିତ କୃଷି ଓ କୃଷି ଉଦ୍ୟୋଗ ଉପରେ ଗୁରୁତ୍ଵ ଦେଲେ

ନୂଆପଡ଼ା, : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କୃଷି ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ବେଉରା, ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟର ସମସ୍ତ ଯୋଜନା ଅଧିକାରୀ, ବ୍ଲକସ୍ତରୀୟ ସମସ୍ତ କୃଷି ଅଧିକାରୀ ତଥା ବିଭିନ୍ନ ଯୋଜନା ସହିତ ଜଡିତ ଥିବା FA & CBO ଯୋଗଦାନ କରିଥିଲେ l ସେମାନଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ନୂଆପଡ଼ାକୁ କୃଷି ପ୍ରଧାନ ଜିଲ୍ଲାରୁ କୃଷି ଉଦ୍ୟୋଗୀ ଜିଲ୍ଲାରେ ରୂପାନ୍ତରିତ କରିବା ପାଇଁ ବିଭାଗ ପଦକ୍ଷେପ ନେଉ l ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର କୃଷକ ମାନଙ୍କ ଉନ୍ନତି ପାଇଁ ଯେଉଁସବୁ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି ତାହା ଜିଲ୍ଲାରେ ସଠିକ ଭାବରେ ରୁପାୟନ ହେଉ l ସମନ୍ଵିତ କୃଷି ଉପରେ ଗୁରୁତ୍ଵ ଦେଲେ ଚାଷୀ ମାନେ ଏହାଦ୍ୱାରା ଲାଭବାନ ହେବା ସହିତ ଅନ୍ୟମାନଙ୍କୁ ମଧ୍ଯ କାମ ଯୋଗାଇ ପାରିବେ l ଏହାଦ୍ୱାରା ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପ୍ରଥାର ବିଲୋପ ହୋଇ ପାରିବ l କୃଷି ବିଭାଗ ଗ୍ରହଣ କରିଥିବା ବିଭିନ୍ନ ଯୋଜନା ଓ ସଫଳତାର କାହାଣୀ ପାୱାର୍ ପଏଣ୍ଟ ମାଧ୍ୟମରେ ଉପସ୍ଥାପିତ କରା ଯାଇଥିଲା l ସଭାର ଅନ୍ତିମ ପର୍ଯ୍ୟାୟରେ କୃଷକ ରେଜିଷ୍ଟ୍ରୀ ଯୋଜନାରେ ସର୍ବାଧିକ ପଞ୍ଜିକରଣ କରିଥିବା ସିନାପାଲି ବ୍ଲକ କୁ ଏବଂ Operator Mode re ସର୍ବାଧିକ ପଞ୍ଜୀକରଣ କରିଥିବା Bedabyasa Sabar (VAW, Komna Block)ଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?






