ନୂଆପଡ଼ା ଜିଲ୍ଲାପାଳଙ୍କ ଓସ୍ ୱାନ୍ ମାଧ୍ୟମରେ ରାଜ୍ୟସ୍ତରୀୟ ବାଜପେୟୀ ଜୟନ୍ତୀରେ ଆଭାସୀ ଯୋଗଦାନ
ନୂଆପଡ଼ା : ଓୟୁଏଟି ପରିସରରେ ଆୟୋଜିତ ରାଜ୍ଯସ୍ତରୀୟ ସୁଶାସନ ଦିବସ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ସ୍ବର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।ଏହି ଅବସରରେ ଶ୍ରୀ ମାଝୀ ସିଏମ୍ ଡାସ୍ ବୋର୍ଡର ଲୋକାର୍ପଣ କରିବା ସହ ଜିଲ୍ଲାସ୍ତରରେ ପେପରଲେସ୍ ସରକାରୀ କାର୍ଯ୍ୟ ନିମନ୍ତେ ଉଦ୍ଦିଷ୍ଟ ଓସ୍ବାସ୍ ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ। ସେହିଭଳି ଶ୍ରୀ ମାଝୀ "ଆମ ସାଥୀ" ୟୁନିଫାଏଡ୍ ହ୍ବାଟସ୍ଆପ୍ ଚାଟ୍ବୋଟ୍ର ଲୋକାର୍ପଣ କରିଥିଲେ l ଏହାସହିତ, ନୂଆପଡ଼ା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ , ଅନ୍ୟ ଜିଲ୍ଲା କାର୍ଯ୍ୟାଳୟ , ତହସିଲ ଏବଂ ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ OSWAS ମାଧ୍ୟମରେ ଅନଲାଇନ ଫାଇଲ କାର୍ଯ୍ୟ କରିବା ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି ।ନୂଆପଡ଼ା ଜିଲ୍ଲାପାଳ ମଧୁସୁଦନ ଦାସ ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଙ୍ଗ, ଆଭାସୀ ମାଧ୍ୟମରେ ଯୋଗଦାନ କରିଥିଲେ। ଜିଲ୍ଲାପାଳଙ୍କ ଓସ୍ ୱାନ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସଭାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୂଆ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ଵର ସେଠୀ, ଉପ ଜିଲ୍ଲାପାଳ ସୂର୍ମି ସୋରେନ, ଡେପୁଟୀ ଡାଇରେକ୍ଟର ପ୍ଲାନିଂ ଦିଲେଶ୍ୱର୍ ଧରୁଆ, ଡି ଇ ଜି ଏମ୍ ବିରେନ୍ଦ୍ର ସିଂହ ଦଣ୍ଡସେନା, ଉପଖଣ୍ଡ ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ଏବଂ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଭିଡିଓ କନଫରେନ୍ସରେ ଯୋଗ ଦେଇଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0