ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡା,ତା - 02/12 /24 ଆଜି ନୂଆପଡ଼ା ସଦ୍ଭାବନା ସଭା ଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ରଙ୍କ ମିଳିତ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଶିବିରରେ ଅଭିଯୋଗକାରୀଙ୍କ ପାଇଁ ସ୍ବତନ୍ତ୍ର ବସିବା ଯାଗା , ଛାୟା ଓ ପିଇବା ପାଣି ସୁବିଧା ହୋଇଥିଲା । ଆଜି ଶିବିରରେ ମୋଟ 121 ଟି ଅଭିଯୋଗର ଶୁଣାଣି ପ୍ରଶାସନ କରିଛନ୍ତି। ଏଥିରୁ 97 ଟି ବ୍ୟକ୍ତିଗତ 22 ଟି ଗୋଷ୍ଠୀଗତ ଓ 2 ଟି ରେଡ୍ କ୍ରସ୍ ସାହାଯ୍ୟ ସମ୍ବନ୍ଧୀୟ ଥିଲା l ଏହି ସବୁ ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ଭିନ୍ନକ୍ଷମ ବାଳକ ମାନସ ଆଡବଙ୍ଗ, ମିଛା ପାଲି - କୋମନା ଙ୍କୁ ଏକ ହୁଇଲ୍ ଚେଆର୍ ତତ୍କାଳୀନ ଯୋଗାଇ ଦିଆଯାଇଛି l ସେହିପରି ମେଘ କୁମାର୍ ଏଵଂ ପମ୍ପା ହରିଜନଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଆଶୁ ସହାୟତା ରେଡ୍ କ୍ରସ ପାଣ୍ଠି ରୁ ଯୋଗାଇ ଦିଆ ଯାଇଥିଲା l ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ,ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବନଖଣ୍ଡ ଅଧିକାରୀ ବନ୍ୟ ଜନ୍ତୁ- ମହାଦେବ ବଡାଇକ,ବନଖଣ୍ଡ ଅଧିକାରୀ କେନ୍ଦୁ ପତ୍ର - ସୁଶିଲ କୁମାର ନାୟକ, ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଭାର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ଲଳିତ ମୋହନ ବିଶି ପ୍ରମୁଖ ଉପସ୍ଥିତ ଥିଲେ l ବିଡ଼ିଓ ରୋହିତ ଭୋଇ, ତହସିଲଦାର ପୁଷ୍ପାଞ୍ଜଳୀ ଦଣ୍ଡପାଟ , ଡେପୁଟି କଲେକ୍ଟର ଶେଖ୍ ନସିମ ଶିବିର ପରିଚାଳନାରେ ସହଯୋଗ କରିଥିଲେ l ଏଠାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ଯନ୍ତ୍ରୀ, ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଅଭିଯୋଗ ଶିବିର ପରିସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିର ର ଆୟୋଜନ ହୋଇଥିଲା ଯେଉଁଠାରେ ବିଶେଷଜ୍ଞ ଡଃ ରମେଶ ଚନ୍ଦ୍ର ପାଠକ, ଡଃ ଧନଞ୍ଜୟ ଭୁଏ ପ୍ରମୁଖ ଚିକିତ୍ସା ଯୋଗାଇ ଦେଇଥିଲେ l ସେହିପରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଗୋଟିଏ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ରକ୍ତଦାନ କରିଥିବାରୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଓ ଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ର ବାର୍ଲାଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






