ନୂଆଦିଲ୍ଲୀ ଠାରେ ଗଠିତ ହୋଇଥିବା ହିନ୍ଦୁରତ୍ନ ସମ୍ମାନ ସମାରୋହ ରେ ଦୁଇ ଓଡ଼ିଆ ଙ୍କୁ ମିଳିଲା ପୁରସ୍କାର

Nov 26, 2025 - 12:25
 0  5
ନୂଆଦିଲ୍ଲୀ ଠାରେ ଗଠିତ ହୋଇଥିବା ହିନ୍ଦୁରତ୍ନ ସମ୍ମାନ ସମାରୋହ ରେ ଦୁଇ ଓଡ଼ିଆ ଙ୍କୁ ମିଳିଲା ପୁରସ୍କାର

ଫୁଲବାଣୀ : ୨୬/୨୫ (ଫାଷ୍ଟ ନ୍ୟୁଜ୍ ଓଡ଼ିଶା): ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଶ୍ରୀ ଯୁକ୍ତ ମୀନକେତନ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ତଥା ବ୍ରାଣ୍ଡ ଆମ୍ବାସାଡର (ବିଶ୍ୱ ଶାନ୍ତି) ଶ୍ରୀ ମତୀ ମାନସୀ ପଟ୍ଟନାୟକ ଙ୍କୁ ଡଃ . ଶ୍ୟାମ ପ୍ରସାଦ ମୁଖାର୍ଜୀ ରାଷ୍ଟ୍ରୀୟ ବିଚାର ମଞ୍ଚ ତରଫ ରୁ ଦିଲ୍ଲୀ ଠାରେ ଥିବା ଭାରତ ମଣ୍ଡପମ ଠାରେ ସ୍ବାମୀ ସଦାନନ୍ଦ ମହାରାଜ ଓ ଅବସର ପ୍ରାପ୍ତ ମେଯୋର ବକ୍ସି ତଥା ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହି “ହିନ୍ଦୁ ରତ୍ନ”ପୁରସ୍କାର ଦିଆଯାଇଥିଲା। ଉଭୟ ପଟ୍ଟନାୟକ ଦମ୍ପତି ଙ୍କୁ ଅନେକ ଶୁଭେଛୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମତୀ ମାନସୀ ପଟ୍ଟନାୟକ ,ଶ୍ରୀ ମତୀ ଗ୍ଲୋବାଲ ଇଣ୍ଡିଆ-୨୦୨୫ ର ବିଜେତା । ଶ୍ରୀ ଯୁକ୍ତ ମିନକେତନ ପଟ୍ଟନାୟକ ଙ୍କୁ ତାଙ୍କ କ୍ୟାରିଅର ସମୟ ରେ ଓଡ଼ିଶା ରତ୍ନ ସମ୍ମାନ, ଓଡ଼ିଶା ଗୌରବ ସମ୍ମାନ, ଉତ୍କଳ ପ୍ରତିଭା ସମ୍ମାନ, ଭାରତୀୟ ସେବା ରତ୍ନ ଏବଂ ଅନେକ ଅନୁଷ୍ଠାନ ଦ୍ୱାରା ସମ୍ମାନିତ କରାଯାଇଛି । ଉଭୟ ଓଡ଼ିଶା ପାଇଁ ଗର୍ବିତ ଏବଂ ସାରା ଭାରତ ରେ ମାନବ ଅଧିକାର ରକ୍ଷା କରିବା ସହ ମାନବ ଜାତିର ସେବା କରୁଛନ୍ତି ଏବଂ ଏହି ସଂସ୍ଥା ଦେଶ ବିଦେଶ ରେ ଶହ ଶହ ଶାଖା ଅଛି। ଓଡିଶା ମଧ୍ୟ ପ୍ରତ୍ୟେକ ଜିଲ୍ଲା ରେ ଶାଖା ଗୁଡ଼ିକ ରହିଛି ଯାହାକି ଲୋକ ମାନଙ୍କ ପାଇଁ କାମ କରି ଚାଲିଛି । ଯାହାକି ଆଧୁନିକ ଯୁଗରେ ଲୋକମାନେ ଅନ୍ୟାୟ , ଅତ୍ୟାଚାର ରୁ ଭଲରେ ଆଗକୁ ବଢ଼ିବାରେ ସହଯୋଗ ହୋଇ ପାରିବ ବୋଲି ଆଶା ରହିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ