ନିର୍ମାଣଧିନ ପାଇଖାନା ଟାଙ୍କି ର ଫ୍ଲସ ଖସି ୪ ମୃତ

Jun 3, 2025 - 19:52
 0  93
ନିର୍ମାଣଧିନ ପାଇଖାନା ଟାଙ୍କି ର ଫ୍ଲସ ଖସି ୪ ମୃତ

ତା:-୦୩.୦୬.୨୦୨୫ ରିଖ:ନବରଙ୍ଗପୁର ଜିଲ୍ଲାରେ ଅଭାବନୀୟ ଘଟଣା ! ନିର୍ମାଣଧୀନ ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଫ୍ଲସ ଖସି ଶ୍ଵାସ ରୁଦ୍ଧ ହୋଇ ୪ ଜଣ ଙ୍କ ମୃତ୍ୟୁ ଘଟିଛି ! ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡା ଗ୍ରାମର ଏକ ଘରୋଇ ନିର୍ମାଣଧୀନ ପାଇଖାନା ରେ କାମ କରୁଥିବା ବେଳେ ପାଇଖାନା ର ଫ୍ଲସ ଖସି ଯାଇ ଶ୍ଵାସ ରୁଦ୍ଧ ହୋଇ ଦୁଇ ଗୁରୁତର ହୋଇଯାଇଥିଲେ ! ତାଙ୍କ ଅନ୍ୟ ଦୁଇ ସହଯୋଗୀ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସମୟ ରେ ସେମାନଙ୍କର ବି ଶ୍ଵାସ ରୁଦ୍ଧ ହୋଇଯାଇ ଗୁରୁତର ହୋଇଯାଇଥିଲେ ! ଘଟଣା ସମ୍ୱନ୍ଧରେ ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ବାହିନୀ ସହ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ଏସ୍ଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା ପହଁଚି ସମସ୍ତ ଙ୍କୁ ଉଦ୍ଧାର କରିଥିଲେ, ଏବଂ ଗୁରୁତର ଅବସ୍ଥାରେ ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ ! ତେବେ ସେଥିମଧ୍ୟରୁ ପ୍ରଥମେ ତିନି ଜଣ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଆଇସିୟୁ ରେ ଭର୍ତି ହୋଇଥିଲେ ! ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ର ବି ମୃତ୍ୟୁ ଘଟିଥିଲା ! ମୃତକ ମାନେ ହେଲେ N.ସନ୍ତୁ -୨୮ବର୍ଷ, ଅମିର ଖୁରା -୩୦ ବର୍ଷ, ତ୍ରିଲୋଚନ ଭତରା- ୨୫ ବର୍ଷ, ଲାଲୁ ରଣା କାମରା- ୨୬ ବର୍ଷ ! ସମସ୍ତ ଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର କୁ ହସ୍ତାନ୍ତର କରାଯିବ ! ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ଡକ୍ଟର ! ଅପରପକ୍ଷରେ ୪ ଜଣ ଙ୍କ ମୃତ୍ୟୁ ପରେ ଗାଁ ସ୍ତବ୍ଧ ହୋଇଯାଇଥିବା ବେଳେ ସମ୍ପର୍କୀୟ ଙ୍କ ମୃତ୍ୟୁ ପରେ କାନ୍ଦ ବୋବାଳି ରେ ଗାଁ ଦାଣ୍ଡ ଫାଟି ପଡୁଛି ! ମୃତକ ଙ୍କ ଛୋଟ ଛୁଆ ଥିବା ବେଳେ ସେମାନଙ୍କୁ ସରକାର ଙ୍କ ତରଫରୁ ସହାୟତା ଯୋଗାଇବା ପାଇଁ ସମ୍ପର୍କୀୟ ମାନେ ସରକାର ଙ୍କୁ ଅନୁରୋଧ କରିଛନ୍ତି !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ