।। ନିର୍ବାଚନ ପାଇଁ ପୋଲିସ୍ ର ଫ୍ଲାଗ ମାର୍ଚ୍ଚ ।।

Mar 31, 2024 - 10:38
 0  9
।। ନିର୍ବାଚନ ପାଇଁ ପୋଲିସ୍ ର ଫ୍ଲାଗ ମାର୍ଚ୍ଚ ।।

ଆସନ୍ତା ନିର୍ବାଚନକୁ ଶୃଙ୍ଖଳିତ ସହ ପରିଚାଳନା କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକାରୀ ଅଭିନବ ସୋନାର୍କର ଙ୍କ ନିର୍ଦ୍ଧେଶ କ୍ରମେ ଲକ୍ଷ୍ମୀପୁର ପୋଲିସ ଓ ବିଏସଏଫ ର ମିଳିତ ଆନୁକୁଲ୍ୟରେ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବ୍ଲକ୍ ସଦର ର ସମସ୍ତ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।ଆଗାମୀ ନିର୍ବାଚନକୁ ନେଇ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିବା ବେଳେ ସମ୍ବେଦନଶୀଳ ବୁଥ ଗୁଡିକରେ ଶାନ୍ତି ପୂର୍ଣ୍ଣ ମତଦାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ଅସାମାଜିକ କାର୍ଯ୍ୟ କଳାପ ଓ ବେଆଇନ ମଧ୍ୟ ବିକ୍ରି ବନ୍ଦ୍ କରାଯିବା ଉପରେ ଗୁରୁତ୍ଵ ଦିଆଯିବ ବୋଲି ଲକ୍ଷ୍ମୀପୁର ଏସଡିପିଓ ବିରଞ୍ଚି ନାରାୟଣ ଜଗତ ପ୍ରକାଶ କରିଛନ୍ତି। ଏସଡିପିଓ ଶ୍ରୀ ଜଗତଙ୍କ ସହ ଆଇଆଇସି ସୁଜ୍ଞାନି ସାହୁ ଓ ବିଏସଏଫ୍ ସେକେଣ୍ଡ ଇନ୍ କମାଡାଣ୍ଟ ମୁକେଶ କୁମାର ଙ୍କ ସମେତ ଲକ୍ଷ୍ମୀପୁର ଥାନାର ପୋଲିସ କର୍ମଚାରୀ,ଦୁଇ ପ୍ଲାଟୁନ ବିଏସ ଏଫ୍ ଓ ଗୋଟିଏ ପ୍ଲାଟୁନ ଆଇଆର ବିଏନ ଯବାନ ଏହି ଫ୍ଲାଗ ମାର୍ଚ୍ଚରେ ଯୋଗ ଦେଇଥିଲେ।

ଲଷ୍ମୀପୂରରୁ ପ୍ରମୋଦ ଜେନାଙ୍କ ରିପୋର୍ଟ fast news ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ