ନିରୋଜ ପୋଥାଳଙ୍କ ଜନ୍ମଦିନରେ ୬୬ ୟୁନିଟ ରକ୍ତ ସଂଗ୍ରହ - ରକ୍ତଦାତା ହେଲେ ସମ୍ବର୍ଦ୍ଧିତ

May 30, 2025 - 20:35
 0  74
ନିରୋଜ ପୋଥାଳଙ୍କ ଜନ୍ମଦିନରେ ୬୬ ୟୁନିଟ ରକ୍ତ ସଂଗ୍ରହ - ରକ୍ତଦାତା ହେଲେ ସମ୍ବର୍ଦ୍ଧିତ

ବାରିପଦା :- ତା - ୩୦/୦୫/୨୦୨୫ ରିଖ ସମୟ ଅନୁସାରେ ଜନ୍ମଦିନ ପାଳନ କରିବାର ଧାରା ମଧ୍ୟ ବଦଳୁଛି I ସେହି ଧାରାରେ ଡଃ ନିରୋଜ କୁମାର ପୋଥାଳ ଗତବର୍ଷ ପରି ଏବର୍ଷ ମଧ୍ୟ ନିଜ ଜନ୍ମଦିନରେ ଏକ ରକ୍ତଦାନ ଶିବିରର ଆୟୋଜନ କରଥିଲେ I ନାରାୟଣ ସେବା ଟ୍ରଷ୍ଟ ଓ ରେଡ ଗ୍ରୀନ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଓଡିଶା ରକ୍ତ ଭଣ୍ଡାର, ବାରିପଦା ରେ ଆୟୋଜିତ ଏହି ସ୍ବେଛାକୃତ ରକ୍ତଦାନ ଶିବିରକୁ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସମାଜସେବୀ ଅମର କୁମାର ସେଠି, ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକ, ମେଡିକାଲ ଅଫିସର ଡଃ ନୀଲେଶ ଦାସ, ନିୟମିତ ରକ୍ତଦାତା ସୋମନାଥ ସିଂହ, ପୋଲିସ ପବ୍ଲିକ ପ୍ରେସର ସଭାପତି ଅକ୍ଷୟ କୁମାର ମହାନ୍ତି ଓ ସେବା ଆର୍ଥ ମିଶନର ସଭାପତି ତାପସ କୁମାର ବେହେରା ଉଦଘାଟନ କରିଥିଲେ I ଏହି ଶିବିରରେ ୩ ଜଣ ମହିଳା ସମେତ ମୋଟ ୬୬ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ I ସମସ୍ତ ରକ୍ତଦାତାଙ୍କୁ ସଂସ୍ଥା ତରଫରୁ ମାନପତ୍ର, ଟ୍ରଫି, ମେଡାଲ ଓ ସେବା ଆର୍ଥ ମିଶନ ତରଫରୁ ଚାରାଗଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି ଶିବିରରେ ଓଡିଶା ରକ୍ତଦାତା ଫାଉଣ୍ଡେସନ, ତୁଳସୀ ଫାଉଣ୍ଡେସନ, ବିବେକାନନ୍ଦ ସେବା ଫାଉଣ୍ଡେସନ, ଜୟ ଜଗନ୍ନାଥ ଫାଉଣ୍ଡେସନ, ସ୍ୱାମୀ ବିବେକାନନ୍ଦ ସ୍ୱୟଂ ସେବକ ସଙ୍ଘ, ଲକ୍ଷ୍ମୀ ଫାଉଣ୍ଡେସନର ସଦସ୍ୟମାନେ ମଧ୍ୟ ରକ୍ତଦାନ କରିଥିଲେ I ରକ୍ତ ଭଣ୍ଡାରର ପୁଣ୍ଡରିକାକ୍ଷ ଦାଶ, ରୁଚିକା ଖୁରାନା, କରୁଣାକର ଜେନା ଓ ଶକୁନ୍ତଳା ମହାନ୍ତ ରକ୍ତ ସଂଗ୍ରହ କରିଥିଲେ I ଏଥି ସହିତ ରକ୍ତ ଭଣ୍ଡାର ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା I ସଂସ୍ଥାର ସଦସ୍ୟ ବସନ୍ତ କୁମାର ମହାପାତ୍ର, ପ୍ରତାପେଶ୍ୱର ଦାଶ, ଜୟ ପ୍ରକାଶ ମହାନ୍ତ, ଅରବିନ୍ଦ ମୁଖି, ଲୋକନାଥ ମହାନ୍ତ, ଚିତ୍ତରଞ୍ଜନ ସ୍ୱାଇଁ, ଭରତ କୁମାର ପାତ୍ର, ଅଶୋକ କୁମାର ବେହେରା, ସ୍ୱାଇଁ, ଦିଲ୍ଲୀପ କୁମାର ତୁଙ୍ଗ, ରଞ୍ଜନ କୁମାର ମହାନ୍ତ, ରାକେଶ କୁମାର ଦ୍ବିବେଦୀ, ପ୍ରଦୀପ କୁମାର ଭଞ୍ଜଦେଓ, ଲିଙ୍ଗରାଜ ମହାନ୍ତି, ସଞ୍ଜୟ କୁମାର ଜେନା, ରୁନା ବାରିକ, ନମିତା ନାୟକ, ଦିପୁ ମୁଖି, ସୀତା ମାର୍ଣ୍ଡି, ପଦ୍ମାବତୀ ନାୟକ, ରଂଜିତା ଦଳେଇ, ନିଭା ସାହୁ, ରାଜଲକ୍ଷ୍ମୀ ମିଶ୍ର, ସୁନିତା ଚୋବେ, ଭାସ୍ବତୀ ପଣ୍ଡା ପ୍ରମୁଖ ଶିବିର ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ