।। ନିମ୍ନମାନର ରାସ୍ତା କାମକୁ ଗ୍ରାମବାସୀଙ୍କ ବିରୋଧ ।।

Sep 17, 2024 - 16:24
 0  83
।। ନିମ୍ନମାନର ରାସ୍ତା କାମକୁ ଗ୍ରାମବାସୀଙ୍କ ବିରୋଧ ।।

ଅତ୍ୟନ୍ତ ନିମ୍ନମାନର ହେବା ଏବଂ ସେହି କାମରେ ବ୍ୟୟ ଅଟକଳକୁ ଗୁରୁତ୍ବ ଦିଆଯାଉ ନ ଥିବାରୁ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରି ବନ୍ଦ କରିଦେଇଛନ୍ତି । କାମ ହେଉଥିବା ସ୍ଥାନରେ ଯନ୍ତ୍ରୀମାନେ ରହୁ ନ ଥିବା ଯୋଗୁ ଦାୟିତ୍ୱରେ ଥିବା ଠିକାଦାର ନିମ୍ନମାନର ସାମଗ୍ରୀରେ କାମ କରୁଛନ୍ତି । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ବାରମ୍ବାର ଏଭଳି ଅଭିଯୋଗ ହୋଇ ଆସୁଛି। ନିମ୍ନମାନର କାର୍ଯ୍ୟ ହେବା, ବ୍ୟୟ ଅଟକଳ ମୁତାବକ ସୂଚନା ଫଳକ ନ ଲଗାଯିବ ବିଷୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ବେହେରାଙ୍କୁ ପଚାରିଲେ ସେ କୁହନ୍ତୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପାଇ ଘଟଣା ସ୍ଥଳକୁ ଯାଇଥିଲି I ନିୟମ ମୁତାବକ ଯେଭଳି କାମ କରାଯିବ ସେ କ୍ଷେତ୍ରରେ ଦାୟିତ୍ଵରେ ଥିବା ଠିକାଦାରଙ୍କୁ ନିର୍ଦ୍ଦେଶ ଦେଉଛି । ଏଥିରେ କୌଣସି ବ୍ୟତିକ୍ରମ ହେବ ନାହିଁ । ସରକାରଙ୍କ ତରଫରୁ ଗମନାଗମନ ନିମନ୍ତେ ରାସ୍ତା ନିର୍ମାଣ ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଅନୁଦାନ ଆସୁଛି । ହେଲେ ତାହା ଠିକ ଭାବେ ବିନିଯୋଗ ହେଉ ନ ଥିବାର ଅଭିଯୋଗ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପରମାନନ୍ଦପୁରଠାରୁ ମେଣ୍ଡ କୁଶବଟ ରାସ୍ତାର ଉନ୍ନତିକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଅର୍ଥ ମଞ୍ଜୁର ହୋଇଥିଲା। ଏହି ରାସ୍ତାର ଉନ୍ନତି କରଣ ନିମନ୍ତେ ତତ୍କାଳୀନ ବିଧାୟିକା ସୁନନ୍ଦା ଦାସ ୨୭:୨:୨୦୨୪ ଭିଭିପ୍ରସ୍ତର ସ୍ଥାପନ କରିଥିଲେ। ସରକାରୀ ନିୟମ ମୁତାବକ କାର୍ଯ୍ୟ ଆରମ୍ଭ ପୂର୍ବରୁ ଏକ ସୂଚନା ଫଳକ ଲଗାଯିବ କଥା। ସେଥୁରେ କାମ ଆରମ୍ଭର ତାରିଖ, ବ୍ୟୟ ଅଟକଳ ଓ କାମ ଶେଷ ହେବାର ତାରିଖ ଉଲ୍ଲେଖ ଥ‌ିବ । କିନ୍ତୁ ଗ୍ରାମ୍ୟ ଉନ୍ନୟନ ତରଫରୁ କରାଯାଉଥିବା ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ