ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଜିଲାପାଳଙ୍କୁ ନିବେଦନ କଲେ ପରିବାର ଲୋକେ

Feb 7, 2025 - 21:34
 0  11
ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଜିଲାପାଳଙ୍କୁ ନିବେଦନ କଲେ ପରିବାର ଲୋକେ

ନୂଆପଡା : ନୂଆପଡ଼ା ଜିଲା ଲଖନା ଥାନା ଅନ୍ତର୍ଗତ ସିଲଭା ପଞ୍ଚାୟତ ଛିନ୍ଦପାଣି ଗାଁର ଜଣେ ଯୁବକ ବାହାର ରାଜ୍ୟକୁ କାମ କରିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି । ତାଙ୍କୁ ଉଦ୍ଧାର ପାଇଁ ପରିବାର ଲୋକେ ନୂଆପଡ଼ା ଜିଲାପାଳଙ୍କୁ ନିବେଦନ କରି ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ମୁତାବକ ୨୦୨୪ ଅକ୍ଟୋବର ୨୪ରେ ଉକ୍ତ ଗାଁର ଛବି ମାଝି (୨୪) ଅନ୍ୟ ଯୁବକମାନଙ୍କ ସହ ଆନ୍ଧ୍ରପ୍ରଦେଶର ତିରୁପତି ଜିଲାକୁ ଯାଇ ଏକ କମ୍ପାନୀରେ କାମ କରୁଥିଲେ । ସେହିବର୍ଷ ନଭେମ୍ବର ୧୯ରେ ପରିବାର ଲୋକଙ୍କୁ ଫୋନ କରି ମୋବାଇଲ ଓ ଟଙ୍କା ଚୋରି ହୋଇ ଯାଇଛି ବୋଲି କହିଥିଲେ । ଏହା ପରଠାରୁ ଆଉ ପରିବାର ସହିତ ଯୁବକ କଥା ହୋଇନାହାନ୍ତି । ପରିବାର ଲୋକେ ଫୋନ କଲେ ସୁଇଚ୍ ଅଫ କହୁଛି । ଅନ୍ୟ ଯୁବକଙ୍କୁ ଫୋନ କରିବାରୁ ସେ ଅନ୍ୟ କମ୍ପାନୀରେ କାମ କରିବାକୁ ଯାଇଛି ବୋଲି କହିଥିବା ପରିବାର ଲୋକେ କହୁଛନ୍ତି । ପ୍ରାୟ ଏକମାସ ହେବ ଯୋଗାଯୋଗ ନ ହେବାରୁ ସେମାନେ ସନ୍ଦେହରେ ପଡି ଯାଇଛନ୍ତି । ତାଙ୍କୁ ଉଦ୍ଧାର କରି ଆଣିବା ପାଇଁ ଜିଲା ପ୍ରଶାସନଠାରେ ଛବିଙ୍କ ବଡଭାଇ ତସିଲ ମାଝି ନିବେଦନ କରିଛନ୍ତି । ଦାବିପତ୍ର ଦେବା ସମୟରେ ଗରିବ ସେନା ଜିଲା ଆବାହକ ରବି ମଙ୍ଗରାଜ, ପୂର୍ବତନ ସରପଞ୍ଚ ହେମଦେବ ମାଝି, ଅରୁଣ ଦାସ, ସଞ୍ଜୟ ମାଝି, ଧନିରାମ ମାଝି, ହରିଣ ମାଝି, ରଘୁ ସିଂ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ