।। ନାବାଳିକା ଝିଅ ଖୁସି ହତ୍ୟା ମାମଲା ର ଅଭିଯୁକ୍ତ କୁ ଧରିଲା ପୋଲିସ ।।

କିଛି ଦିନ ତଳେ ଅନୁଗୋଳ ଜିଲ୍ଲା କୁଇଓ ଗାଁରେ ଘଟିଯାଇଥିବା ଲୋମ ଟାଙ୍କୁର ହତ୍ୟାକାଣ୍ଡ ର ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ।୧୯ ଦିନ ପରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରାକୁ ପୁଲିସ ଧରିବାରେ ସଫଳ ହୋଇଛି । ଗତ ୮ ତାରିଖ ଦିନ ସକାଳ ପ୍ରାୟ ୧୦ ଟା ବେଳେ କୁଇଓ ଅନନ୍ତବେରଣୀ କଲୋନୀର ଖୁସି ନାମକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ସୌମ୍ୟ ରଞ୍ଜନ ଘରେ ପଶି ତଣ୍ଟି କାଟି ହତ୍ୟା କରିଥିଲା । ଆଉ ସେହିଦିନ ଠାରୁ ସେ ପୁଲିସକୁ ଚକମା ଦେଖାଇ ଫେରାର ହୋଇ ଯାଇଥିଲା । ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ଜାଲ ବିଛାଇ ଥିଲା । ତଦନ୍ତ ବେଳେ ଅଭିଯୁକ୍ତ ରଞ୍ଜନ ମୋଟରସାଇକେଳ ରେ ଆଠମଲ୍ଲିକ ଦେଇ ଝାରସୁଗୁଡା ଅଞ୍ଚଳକୁ ପଳାଇ ଯାଇଥିବା ଜାଣିବାକୁ ପାଇଥିଲା । ତେବେ ଝାରସୁଗୁଡାରୁ କିଛିଦିନ ପାଇଁ ସୌମ୍ୟ ରାଜ୍ୟ ବାହାରକୁ ପଳାଇ ଯାଇଥିବା ବେଳେ ଗତକାଲି ଛତିଶଗଡ଼ ଓ ଝାରସୁଗୁଡା ସୀମାନ୍ତରେ ଥିବା ପୁଲିସ ଜାଣିବାକୁ ପାଇ ଜାଲ ବିଛାଇ ଥିଲା । ଆଉ ସଫଳ ମଧ୍ୟ ହୋଇଥିଲା । ସେଠାରୁ ତାକୁ ଅନୁଗୋଳ ଅଣାଯିବ ।ଅନୁଗୋଳ ଆଣିଲା ପରେ ପୁଲିସ ତାକୁ ସବିଶେଷ ପଚରାଉଚରା କରିବ ବୋଲି ଜଣା ପଡ଼ିଛି ।
ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






