ନଭେମ୍ବର ୧୫ରେ କୁଡୁମୀ ସେନାର ବାନ୍ଦନା ପରବ ଭେଟଘାଟ କୁଡୁମୀ ସେନା ର ସାଙ୍ଗଠନିକ ପ୍ରସ୍ତୁତି ବୈଠକ
ସାମାଖୁଣ୍ଟା ତା 4/11 ସାମାଖୁଣ୍ଟା ଠାରେ କୁଡୁମୀ ସେନାର ଏକ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ହୋଇଯାଇଛି। ସାମାଖୁଣ୍ଟା ବ୍ଲକ ର କାର୍ଯ୍ୟକାରି ସଭାପତି ସୁମନ୍ତ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟ କୁଡୁମୀସେନାର ପ୍ରତିଷ୍ଠାତା ସଭାପତି ଜୈମୁନି କୁମାର ମହାନ୍ତ ଉପସ୍ଥିତ ରହି ଆଗାମୀ ନଭେମ୍ବର ୧୫ ରେ ସାରସକଣାର ବଡଚାଟରା (ଧାନଘେରି) ଠାରେ ହେବାକୁ ଥିବା ବାନ୍ଦନା ପରବ କାର୍ଯ୍ୟକ୍ରମକୁ କିପରି ଅଧିକ ଆକର୍ଷଣୀୟ ଏବଂ ଲୋକାଭିମୁଖୀ କରିବା ସେଥିପାଇଁ ଆଲୋଚନା କରିଥିଲେ। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ସେଠାରେ ଗୋରୁଖୁଣ୍ଟା, ଧେଙ୍ଗୁଆନ ପ୍ରତିଯୋଗିତା, ଝୁମର ମେଲୋଡି, ବନ୍ଧୁ ମିଳନ ଓ ବିଭିନ୍ନ ପ୍ରକାର କୁଡୁମୀ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ସହିତ ବିଭିନ୍ନ କୁଡୁମୀ ବହୁଳ ରାଜ୍ୟରୁ କୁଡୁମୀ ସମ୍ପ୍ରଦାୟର ବିଶିଷ୍ଟ ନେତୃତ୍ୱକୁ ଆମନ୍ତ୍ରଣ କରିବା ପାଇଁ ସିଦ୍ଧାନ୍ତ ନିଆଯାଇଛି । ଏହି ବୈଠକରେ କୁଡୁମୀସେନାର ଖିରୋଦ ଚନ୍ଦ୍ର ମହାନ୍ତ, ବୀରେନ୍ଦ୍ର ମହାନ୍ତ, ଶିବାଜୀ ମହାନ୍ତ, ଘନଶ୍ୟାମ ମହାନ୍ତ, ସଞ୍ଜୟ ମହାନ୍ତ, ବିପିନ ବିହାରୀ ମହାନ୍ତ, ରବିନାରାୟଣ ମହାନ୍ତ କୁଡୁମୀ ମହିଳା ସେନାର କବିତା ମହାନ୍ତ, ବୀଣାପାଣି ମହାନ୍ତ, କମଳିନୀ ମହାନ୍ତ, ଜୟନ୍ତୀ ମହାନ୍ତ, ସୁକାନ୍ତି ମହାନ୍ତ, ଅଞ୍ଜନା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0