ନବରଙ୍ଗପୁର ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୦୬.୦୧.୨୦୨୫: ରିଖ ନବରଙ୍ଗପୁର ସହରର ସ୍ଥାନୀୟ ପୌରପାଳିକା ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ! ଏଥିରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ,ସି ଡି ଓ ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ ମିଶ୍ରଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ! ଏହି ଜନ ଶୁଣାଣି ଶିବିରରେ ମୋଟ ୪୨ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ ! ସେଥିମଧ୍ୟରୁ ୩୭ ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୦୫ ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା ! ଏହି ଅବସରରେ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ପୌରପାଳିକା ଅଂଚଳର ୧୩ ଜଣ ଦିବ୍ୟାଙ୍ଗ ଙ୍କୁ ନିଜର ଜୀବିକା ନିର୍ବାହ ପାଇଁ ବ୍ୟାଟେରୀ ଚାଳିତ ଇ ରିକ୍ସା ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଉପସ୍ଥିତି ରେ ପ୍ରଦାନ କରାଯାଇଥିଲା ! ସେଭଳି ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶ୍ରମିକ କଲ୍ୟାଣ ସହାୟତା ଯୋଜନା ଅନ୍ତର୍ଗତ ୧୨୮ ଜଣଙ୍କୁ ୬୯,୩୦,୦୦୦/- ଟଙ୍କା ର ସହାୟତା ରାଶି ତାଙ୍କ ବ୍ୟାଙ୍କ ଖାତାରେ ଜମା କରଯାଇଥିଲା ! ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଅମ୍ବିକା ଧକଡ ଏବଂ ବୃନ୍ଦି ମାଝୀ ଙ୍କୁ ବିବାହ ସହାୟତା ବାବଦ ପ୍ରତ୍ୟେକ ୫୦,୦୦୦/- ଟଙ୍କା, ମୃତ୍ୟୁକାଳିନ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ବାବଦ ରେ ଡମ୍ବରୁଧର ଜାନି ଙ୍କୁ ୨,୦୫,୦୦୦/- ଏବଂ ପୂର୍ଣୀ ଗଉଡ଼ ଙ୍କୁ ୩,୦୫,୦୦୦/- ଟଙ୍କା, ଶିକ୍ଷା ସହାୟତା ବାବଦ କୁ ସୀତାରାମ ଗଉଡ ଙ୍କୁ ୭୦୦୦/- ଏବଂ ଜ୍ୟୋସ୍ନା ରାଣୀ ଭତ୍ରା ଙ୍କୁ ୮୪୦୦/- ଟଙ୍କା, ମାତୃତ୍ଵ ସହାୟତା ବାବଦ ବନିତା ମାଝୀ ଏବଂ ଜୟନ୍ତି ସୌରାଙ୍କୁ ପ୍ରତ୍ୟେକ ୧୦,୦୦୦/- ଟଙ୍କା ଚେକ୍ ପ୍ରଦାନ କରିଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






