ନବରଙ୍ଗପୁର ଓ ଜଗତସିଂପୁର ଜିଲ୍ଲା ଖେଳାଳିଙ୍କ ମିଳିତ ସଫଳତା

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୭/୧୨/୨୦୨୪ ରିଖ କେରଳ ଠାରେ ଚାଲିଥିବା ୩୫ ତମ ସର୍ବ ଭାରତୀୟ ଅମନ୍ତ୍ରଣୀୟ କରାଟେ - ଡୁ କୋବୁଡ ଚାମ୍ପିଅନସିପ "ଗତ ଡିସେମ୍ବର ମାସ ତା. ୨୧ ଓ ୨୨ ରିଖରେ ଅନୁଷ୍ଠିତ ହୋଇଛି ! ଏହି ପ୍ରତିଯୋଗିତା ରେ ସ୍ଥାନୀୟ ନବରଙ୍ଗପୁର ବିନାୟକ ନଗର ରେ ଅବସ୍ଥାପିତ ୟୁଚି ରୀୟ କରାଟେ - ଦୋ କୁବୁଡ଼ ଟ୍ରେନିଙ୍ଗ ସ୍କୁଲ ର ୧୨ ଜଣ ଛାତ୍ରଛାତ୍ରୀ ଓ ଜଗତସିଂହପୁର ର ୟୂଚି ରିୟୋ କରାଟେ ସ୍କୁଲ ର ୧୩ ଜଣ ଛାତ୍ରଛାତ୍ରୀ ସର୍ବମୋଟ ୨୫ ଜଣ କରାଟେ କ୍ରୀଡାବିତ୍ " ଓଡ଼ିଶା ରାଜ୍ୟ ୟୁଚୀ ରୀୟୋ କରାଟେ ଦଳ " ରେ ସାମିଲ ହୋଇ ପ୍ରତିଯୋଗିତା ରେ ଭାଗନେଇ ଥିଲେ ! ନବରଙ୍ଗପୁର ରୁ ସେଂସାଇ ସନ୍ଦୀପ କୁମାର ରାଉତ , ଆଦର୍ଶ କୁମାର ବେହେରା , ପି. ସହନ କୁମାର , ଆଶୁତୋଷ କୁମାର ବେହେରା , ଅଙ୍କିତ କୁମାର ନାୟକ ,ସୌମ୍ୟ ରଞ୍ଜନ ସାନ୍ତା, ଶାହିଲ କୁମାର ପାତ୍ର, ମାଇନୋ ମାରାଣ୍ଡି , ଗୀତାଞ୍ଜଳି ନାୟକ, ଋତୁପର୍ଣ୍ଣା ପଣ୍ଡା, ଫୁଲମୋନି ମାରାଣ୍ଡି ଓ ପ୍ରଣବି ନାୟକ ବିଭିନ୍ନ କରାଟେ କାତା, କୁମିତେ ଓ କବୁଦ ଅସ୍ତ୍ର ଚାଳନା ଇଭେଣ୍ଟ ରେ ଭାଗ ନେଇ ସର୍ବମୋଟ ୨୦ ଟି ସ୍ବର୍ଣ୍ଣ , ୧୨ ଟି ରୋପ୍ୟ ଓ ୮ ଟି କାଂସ୍ୟ ପଦକ ସର୍ବମୋଟ ୪୦ ଟି ପଦକ ଜିତି ସମଗ୍ର ନବରଙ୍ଗପୁର ଜିଲ୍ଲା ଓ ଓଡ଼ିଶା ରାଜ୍ୟ ର ମାନସମ୍ମାନ ବୃଦ୍ଧି କରିଥିବା ବେଳେ ଜଗତସିଂହପୁର ୟୁଛି ରୀୟୋ କରାଟେ ସ୍କୁଲ ର ତଥା ଏହି ଓଡ଼ିଶା ଦଳ ର ଅନ୍ୟତମ ସଦସ୍ୟ ମାନେ ସେଂଶାଇ ସନାଖି ପ୍ରିୟଦର୍ଶିନୀ, ସମ୍ପାଇ ଆକାଂକ୍ଷା ପ୍ରିୟଦର୍ଶିନୀ, ଶୁଭ୍ରାଜୀତ ଜେନା , ସାୟଦ୍ ରିକ୍ସୱାନ, ଦେବୀ କୃପା ନାୟକ, ସାନଭି ଆଚାର୍ଯ୍ୟ , ସୁଭାଙ୍ଗି ଦାସ, ପ୍ରତ୍ୟୁଷ ରାଜ , ଋତୁରାଜ ମଲ୍ଲିକ, ଅଭିଷିକ୍ତତା ମହାନ୍ତି , ସ୍ମୃତିରଞ୍ଜନ ଜେନା , ଆରୀୟନ୍ ଦାସ ଓ ସାଇ ସ୍ବରାଜ ଉକ୍ତ ପ୍ରତିଯୋଗିତା ରେ ନବରଙ୍ଗପୁର କରାଟେ ଦଳ ସହ ମିଶି ଓଡ଼ିଶା ରାଜ୍ୟ କୁ ପ୍ରତିନିଧିତ୍ଵ କରି ବିଭିନ୍ନ କରାଟେ ଓ କୁବୁଡ ଅସ୍ତ୍ର ଚାଳନା ପ୍ରତିଯୋଗିତା ରେ ଭାଗ ନେଇ ସର୍ବମୋଟ ୧୭ ଟି ସ୍ବର୍ଣ୍ଣ , ୧୨ ଟି ରୋପ୍ୟ ଓ ୮ ଟି କାଂସ୍ୟ ପଦକ ସର୍ବ ମୋଟ ୩୭ ଟି ପଦକ ଜିତି ନିଜ ଜିଲ୍ଲା ଓ ଓଡ଼ିଶା ରାଜ୍ୟ ର ମାନସମ୍ମାନ ବୃଦ୍ଧି କରିପାରିଥିଲେ ! ମିଳିତ ଭାବରେ ଏହି ଦୁଇ ଜିଲ୍ଲାର କରାଟେ କ୍ରୀଡାବିତ୍ ମାନେ ସର୍ବମୋଟ ୭୭ ଟି ପଦକ ଜିତି ଓଡ଼ିଶା ରାଜ୍ୟ ର ମାନସମ୍ମାନ ବୃଦ୍ଧି କରିବାରେ ସଫଳ ହୋଇପାରିଛନ୍ତି ! ଉଭୟ ଜିଲ୍ଲା ର ଏହି କରାଟେ ପ୍ରତିଯୋଗୀ ମାନେ ଓଡ଼ିଶା ରାଜ୍ୟ ପ୍ରତିନିଧି ତଥା ଆନ୍ତର୍ଜାତୀୟ କରାଟେ ଓ କୋବୁଡ଼ ଅସ୍ତ୍ର ଶସ୍ତ୍ର ଚାଲାଣ ର ଖ୍ୟାତି ସଂପନ୍ନ ପ୍ରଶିକ୍ଷକ ସେନ୍ସାଇ ଶରତ କୁମାର ରାଉତ ଙ୍କ ପାଖରୁ ତାଲିମ ନେଇ ତାଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ଉକ୍ତ ଚାମ୍ପିଅନସିପ ରେ ଭାଗ ନେଇ ଥିଲେ ! ଟିମ୍ ମ୍ୟାନେଜର ଭାବରେ ଅଶୋକ କୁମାର ବେହେରା ଦଳ ର ଦାୟିତ୍ଵ ତୁଲାଇଥିଲେ ! ଓଡ଼ିଶା ୟୁଚୀ ରିୟୁ କରାଟେ ଦଳ କୁ ଟ୍ରଫି ଓ ନଗଦ ଟ ୧୦ , ୦୦୦/- ଙ୍କା ସହିତ ଆନ୍ତର୍ଜାତୀୟ କରାଟେ ଓ କବୁଡ଼ ପ୍ରଶିକ୍ଷକ ତଥା ଭାରତ ମୁଖ୍ୟ କୋଚ୍ କେ.ଭି . ମନୋହରନ ଙ୍କ ଦ୍ୱାରା ପୁରସ୍କୃତ କରାଗଲା ! ଉକ୍ତ ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ କେରଳ ରାଜ୍ୟ ସରକାରଙ୍କର ମନ୍ତ୍ରୀ ରାମ ଚନ୍ଦ୍ର କାନଦାପଳି ଉଦ୍ଘାଟନ କରିଥିଲେ ! ଏହି ପ୍ରତିଯୋଗିତା ରେ ବିଭିନ୍ନ ରାଜ୍ୟ ରୁ ୫୫୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ ! ଓଡ଼ିଶା କରାଟେ ଦଳ ର ବିପୁଳ ସଫଳତାକୁ ଅନୁଷ୍ଠାନ ର ପରାମର୍ଶଦାତା ତଥା ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ବିଶିଷ୍ଟ ସମାଜ ସେବୀ ଜଗନ୍ନାଥ ମହାପାତ୍ର, ଅଖିଳ ଭଟ , କ୍ରିକେଟ କୋଚ ଏମ . ବାଲା କ୍ରିଷ୍ଣା ରାଓ ସମେତ ଜିଲ୍ଲା ର କ୍ରୀଡାବିତ୍ ଓ କ୍ରୀଡ଼ାପ୍ରେମୀ ଓ ବୁଦ୍ଧି ଜିବି ମାନେ ପ୍ରଶଂସା କରିବା ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






