ଧାନ ସଂଗ୍ରହର ଅଭିଯାନରେ କୌଣସି ତ୍ରୁଟି କିମ୍ବା ବ୍ୟତିକ୍ରମ ହେଲେ କାର୍ଯ୍ୟନୁଷ୍ଟlନ - ମନ୍ତୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର

Nov 20, 2024 - 06:08
 0  10
ଧାନ ସଂଗ୍ରହର ଅଭିଯାନରେ କୌଣସି ତ୍ରୁଟି କିମ୍ବା ବ୍ୟତିକ୍ରମ ହେଲେ କାର୍ଯ୍ୟନୁଷ୍ଟlନ - ମନ୍ତୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର

ନୂଆପଡା : ଆଜି 19\11/24 ରାଜ୍ୟ ସରକାରଙ୍କ ଖାଦ୍ୟ, ଯୋଗାଣ ଖାଉଟି କଲ୍ୟାଣ ଓ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ପୁରୀ ଦୁର୍ଗ ଟ୍ରେନ ଯୋଗେ ସକାଳେ ନୂଆପଡା ଜ଼ିଲ୍ଲାକୁ ଏକ ଦିନିଆ ଗସ୍ତରେ ଆସି ଜ଼ିଲ୍ଲାପାଳଙ୍କ ସଭା ଗୃହରେ ଜ଼ିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଧାନ ସଂଗ୍ରହର ଅଭିଯାନ ଉପରେ ସମୀକ୍ଷା ବୈଠକ କରିଛନ୍ତି l କଟନି ଛଟନି ମୁକ୍ତ ଧାନ ମଣ୍ଡି ତଥା ପ୍ରତ୍ୟେକ ଚାଷୀକୁ ମଣ୍ଡିରେ ବିନା ଅସୁଭିଧାରେ ସୁଚାରୁ ରୂପେ ପରିଚାଳନା କରିବା ଉପରେ ଜ଼ିଲ୍ଲା ପ୍ରଶାସନ ଓ ଅଧିକାରୀ ମାନଙ୍କୁ ସଜାଗ କରିଥିଲେ l ଧାନ ସଂଗ୍ରହର ଅଭିଯାନରେ କୌଣସି ତ୍ରୁଟି କିମ୍ବା ବ୍ୟତିକ୍ରମ କୁ ଆମ ସରକାର ବିଶେଷ କହୁଛୁ ବରଦାସ୍ତ କରିବା ନାହିଁ ବୋଲି କହିଥିଲେ l ଏହି ସମୀକ୍ଷା ବୈଠକ ରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର ଧାନ ସଂଗ୍ରହ ଅଭିଯାନରେ ଯେତେବଡ ଅଧିକରୀ ହେଉ କିମ୍ବା ମିଲ ମାଲିକ ହେଉ ଚାଷୀଙ୍କ ପ୍ରତି ଅବହେଳା, ଶୋଷଣ କିମ୍ବା ତ୍ରୁଟି ବିଚ୍ୟୁତ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମୀକ୍ଷା ବୈଠକରେ ପ୍ରକାଶ କରିଥିଲେ l ଏହି ବୈଠକରେ ଉପ ଜ଼ିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଅତିରିକ୍ତ ଜ଼ିଲ୍ଲାପାଳ ଭୀମସେନ ଶବର, ଅତିରିକ୍ତ ଜ଼ିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ ଲମଧାର ଧାରୁଆ, ଖରିଆର ରୋଡ ନଗରପାଳ ଶ୍ରୀମତୀ ଡ଼. ସୋନିୟା ଗୋଲଡି ଅଗ୍ରୱାଲ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ