ଧର୍ମଗଡ଼ ଓ ଜୁନାଗଡ଼ ଅବକାରୀ ବିଭାଗର କଲେ ନକଲି ମର ଚଢ଼ାଉ:ନକଲି ବିଦେଶୀ ମଦ, ବିଭିନ୍ନ ମଦ କମ୍ପାନୀର ଠିପି ,ବୋତଲ ଓ ଷ୍ଟିକର ଜବତ,୨ ଗିରଫ ହୋଇ କୋର୍ଟ ଚାଲାଣ
କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହର ଏବେ ନକଲି ମଦର ହବ ପାଲଟିଛି । ଆଜି କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗର ନିର୍ଦ୍ଦେଶ କ୍ରମେ ଜୁନାଗଡ଼ ଓ ଧର୍ମଗଡ଼ ଅବକାରୀ ବିଭାଗ ପକ୍ଷରୁ ଏକ ଟିମ ମିଳିତ ଚଢ଼ାଉ କରି ଜୁନାଗଡ଼ରେ ଚଢ଼ାଉ କରି ୩୩ ଲିଟର ନକଲି ବିଦେଶୀ ମଦ,୯୮୮ ଟି ମଦ ବୋତଲ ଠିପି,୯୨୪ଟି ନକଲି ଷ୍ଟିକର ୭୩ଟି ଖାଲି ବିଦେଶୀ ମଦ ବୋତଲ ଜବତ କରିଥିଲେ । ନକଲି ମଦ ବିକ୍ରି କରୁଥିବା ସନ୍ତୋଷ ପଟ୍ଟନାୟକଙ୍କୁ ଗିରଫ କରିଥିଲା । ଅନ୍ୟ ପକ୍ଷରେ ଧର୍ମଗଡ଼ ଅଞ୍ଚଳର ରିଙ୍କୁ ମଙ୍ଗରାଜ ଜୁନାଗଡ଼ରୁ ଧର୍ମଗଡ଼ କୁ ଯାଉଥିବା ବେଳେ ତାଙ୍କ ପାଖରୁ ୧୯ ଟି ଖାଲିବୋତଲ, ୧୩୩୩ ଟି ଠିପି, ୧୦୦୦ ନକଲି ଷ୍ଟିକର କୁ ଅବକାରୀ ବିଭାଗ ଜବତ କରିଥିଲେ । ଅବକାରୀ ବିଭାଗ ପକ୍ଷରୁ ଏକପୃଥକ ପୃଥକ ମାମଲା ରୁଜୁ କରି ସନ୍ତୋଷ ପଟ୍ଟନାୟକ ଓ ରିଙ୍କୁ ମଙ୍ଗରାଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
କଳାହାଣ୍ଡି ଜିଲ୍ଲା ରୁ ଅଫିସ କର୍ମଚାରୀ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0