ଦେଶର ଜାତୀୟ ସୁରକ୍ଷା ପାଇଁ ଆମେରିକାର ଷ୍ଟାରଲିଙ୍କ କମ୍ପାନୀ ବିରୁଦ୍ଧରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

Oct 27, 2026 - 19:03
 0  4
ଦେଶର ଜାତୀୟ ସୁରକ୍ଷା ପାଇଁ ଆମେରିକାର ଷ୍ଟାରଲିଙ୍କ କମ୍ପାନୀ ବିରୁଦ୍ଧରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଭାରତର ଜାତୀୟ ସୁରକ୍ଷା, ତଥ୍ୟ ସାର୍ବଭୌମ୍ୟତା, ନାଗରିକଙ୍କ ଗୋପନୀୟତା ଓ ସ୍ୱଦେଶୀ ଟେଲିକମ ଶିଳ୍ପର ସ୍ୱାର୍ଥ ଦୃଷ୍ଟିରୁ ଆମେରିକାର ଷ୍ଟାରଲିଙ୍କ ସାଟେଲାଇଟ କମ୍ୟୁନିକେସନ୍ସ ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ଭାରତରେ ଉପଗ୍ରହ ଭିତ୍ତିକ ଇଣ୍ଟରନେଟ ସେବା ପ୍ରଦାନ ଅନୁମତି ନ ଦେବା ପାଇଁ ସ୍ୱଦେଶୀ ଜାଗରଣ ମଞ୍ଚ ମୟୂରଭଞ୍ଜ ଜିଲ୍ଲା ତରଫରୁ ଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସଂଯୋଜକ ବିଜୟ ଦାସଙ୍କ ନେତୃତ୍ୱରେ ପ୍ରମୁଖ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଏହି ଦାବିପତ୍ର ପ୍ରଦାନ କରିଥିଲେ। ଆମେରିକାର ଆଲନ ମସ୍କଙ୍କ ଷ୍ଟାରଲିଙ୍କ କମ୍ପାନୀକୁ ଇଣ୍ଟରନେଟ ସେବା ଯୋଗାଇବା ଅନୁମତି ଦିଆଗଲେ ଦେଶର ଜାତୀୟ ସୁରକ୍ଷା ଓ ରଣନୈତିକ ସାର୍ବଭୌମ୍ୟତା ପ୍ରତି ସମ୍ଭାବ୍ୟ ବିପଦ ସହିତ ଭାରତୀୟ ନାଗରିକଙ୍କ ତଥ୍ୟର ସୁରକ୍ଷା ଓ ଗୋପନୀୟତା ପ୍ରଭାବିତ ହେବ। ଏଥି ସହିତ ବିଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଦେଶର ରଣନୈତିକ ନିର୍ଭରଶୀଳତା ବୃଦ୍ଧି ହେବା ସହିତ ବିଦେଶୀ କମ୍ପାନୀର ମନମାନି ବଢ଼ିଯିବ।ବର୍ତ୍ତମାନ ମଧ୍ୟ ଆମ ଦେଶରେ ଇଣ୍ଟେର୍ନେଟ ସେବାରେ କୌଣସି ଅସୁବିଧା ନ ଥିବା ସତ୍ତ୍ୱେ ଯଦି ଷ୍ଟାରଲିଙ୍କକୁ ଦାୟିତ୍ୱ ଦିଆଯାଏ ତେବେ ସ୍ୱଦେଶୀ ଟେଲିକମ ଶିଳ୍ପ ଓ ଜନସାଧାରଣଙ୍କ ଦୀର୍ଘମିୟାଦୀ ସ୍ୱାର୍ଥରେ ଅନ୍ତରାୟ ସୃଷ୍ଟି ହେବ ବୋଲି ମତବ୍ୟକ୍ତ କରିଥିଲେ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ