ଦୃଷ୍ଟି ବାଧିତ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ସୁଶାନ୍ତ ଗିରଫ କରି କୋର୍ଟ ଚାଲାଣ
ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମର ତାଟିହୁଡ଼ି ସାହିର ଜଣେ ଭିନ୍ନ କ୍ଷମ ଯୁବତୀ ଙ୍କୁ ଘରେ ଏକୁଟିଆ ପାଇ ସେହି ଗ୍ରାମର ସୁଶାନ୍ତ ନାଏକ ଓରଫ୍ ଗେଣ୍ଡା ଘର ଭିତରୁ ହାତ ଧରି ବାହାରକୁ ଟାଣି ନେଇଥିଲା। ଏହାପରେ ସେ ଯୁବତୀ ଙ୍କୁ କିଛି ଦୂର ନିଛାଟିଆ ହୁଡ଼ି ତଳକୁ ନେଇ ବଳପୂର୍ବକ ଧମକ ଦେଇ ଦୁଷ୍କର୍ମ କରିଥିଲା। ଯୁବତୀ ଜଣେ ଦୃଷ୍ଟି ବାଧିତ ହୋଇଥିବାରୁ ନିଜକୁ ବଞ୍ଚାଇ ପାରି ନଥିଲେ।ଏହାପରେ ଗେଣ୍ଡା ନାଏକ ଏହି ଘଟଣା ବାହାରେ ପ୍ରଘଟ କଲେ ଯୁବତୀ ଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା ଯୁବତୀ ନ୍ୟାୟ ମାଗିବା ବେଳେ ସୁଶାନ୍ତ ନାଏକ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କଲା। ନିଜ ଭାଉଜ ମାନଙ୍କ ଘରେ ଏହି ଯୁବତୀ ରହେ ଏବେ ସେ ଅସହାୟ। ଦୁଷ୍କର୍ମ ଭୟରେ ସେ ଏତଲା ଦେଇ ପାରୁ ନଥିଲା। ତେବେ ଆଜି ଯୁବତୀ ଜଣଙ୍କ ପରିବାର ସହିତ ଆସି ପାଟଣା ଥାନା ଲିଖିତ ଅଭିଯୋଗ କରିଥିଲେ ଅଭିଯୋଗ ହେବା ପରେ ଏହି ଘଟଣାର ତଦନ୍ତ ଆରମ୍ଭ କରି ଯୁବକ ଙ୍କୁ ଗିରଫ କରିବା ସହ କେଶ୍ ନଂ ୨୨୬/ ୨୪/ IPC ୩୭୫/୪୫୫/୫୦୬/ ମୂଳରେ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ପାଟଣା ଥାନା ଅଧିକାରୀ ବିଭତ୍ସ ପ୍ରଧାନ ସୂଚନା ଦେଇଛନ୍ତି ।
କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0