ଦୃଷ୍ଟି ଦେଉନାହାନ୍ତି ବିଭାଗୀୟ ଅଧିକାରୀ:ଗ୍ରୀଷ୍ମ ପ୍ରବାହ ରେ ୧୦୦ ପରିବାର ଛଟପଟ
କନ୍ଧମାଳ:୨୬/୦୪/୨୦୨୬.(ଫାଷ୍ଟ ନ୍ୟୁଜ୍ ଓଡ଼ିଶା) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗାର୍ଡିଙ୍ଗିଆ ପଞ୍ଚାୟତ ପାଙ୍ଗାନାଯୁ ଓ ଲୁବ୍ରୁମାହାର ୧୦୦ ରୁ ଉର୍ଦ୍ଧ୍ବ ପରିବାରକୁ ବିଦ୍ୟୁତ ସେବା ଯୋଗାଇ ଦେବା ନିମନ୍ତେ ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ ହୋଇଥିଲା। କିନ୍ତୁ ତାହା ଦୀର୍ଘ ୫ ବର୍ଷ ହେଲା ଅଚଳ ଅବସ୍ଥାରେ ଟ୍ରାନ୍ସଫର୍ମର ପଡ଼ି ରହିଛି। ଯାହାକୁ ନେଇ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ ସୁଦ୍ଧା ଏହାର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ କର୍ଣ୍ଣପାତ ଦେଇନାହାନ୍ତି। ବରଂ ଅନ୍ୟ ଏକ ୧୦ କେଭିଏରୁ ୧୦୦ ରୁ ଉର୍ଦ୍ଧ୍ବ ପରିବାରକୁ ବିଦ୍ୟୁତ ସେବା ଯୋଗଦେଇଛନ୍ତି। ଯାହା ଫଳରେ ଏହି ବିଦ୍ୟୁତ ସେବା ଲୋ ଭୋଲ୍ଟେଜ୍ ଯୋଗୁଁ ଠିକ୍ ଭାବେ ଲାଇଟ୍ ଜଳୁନି କିମ୍ବା , ଫ୍ୟାନ, ଟିଭି, ପାଣି ମଟର ଚାଲୁନଥିବାବେଳେ ଅନେକ ଲୋକମାନଙ୍କର ଫ୍ୟାନ, ଟିଭି, ପାଣି ମଟର ଫ୍ୟୁଜ ହୋଇଥିବା ପ୍ରକାଶ କରିଛନ୍ତି। ରାତିରେ ଠିକ୍ ଭାବେ ଲାଇଟ୍ ଜଳୁନଥିବା ହେତୁ ଛାତ୍ର ଛାତ୍ରୀଙ୍କ ପାଇଁ ପାଠ ପଢ଼ାରେ ଅସୁବିଧା ହେଉଥିବା ବେଳେ ଘର ମଧ୍ୟ ଠିକ୍ ଭାବେ ଆଲୁଅ ହୋଇପାରୁନାହିଁ। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ କାରଣରୁ ଲୋକମାନେ ବିଦ୍ୟୁତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜକୁ ୫ ବର୍ଷ ବିତିଯାଇଥିବା ଏହି ଅଚଳ ଅବସ୍ଥାରେ ଥିବା ଟ୍ରାନ୍ସଫର୍ମର କୌଣସି କାମରେ ଆସୁନଥିବାରୁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଦାବି ଜଣାଇ ହତାଶ ହୋଇଥିବା ଘଟଣା ଶୁଣି ଆଜି ସ୍ବେଚ୍ଛାସେବୀ ସଂଗଠନ ସ୍ୱାକ ଦଳ ଏହି ଗ୍ରାମରେ ପହଞ୍ଚି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଗାଁ ଲୋକମାନଙ୍କ କହିବା ଅନୁସାରେ ଆମେ ୧୦୦ ପରିବାର ନିମନ୍ତେ ମାତ୍ର ୧୦ କେଭିଏ ଟ୍ରାନ୍ସଫର୍ମରରୁ ବିଦ୍ୟୁତ ସେବା ଯୋଗାଇ ଦେଉଥିବା ହେତୁ ଠିକ୍ ଭାବେ ଲାଇଟ୍ ଜଳୁନି କିମ୍ବା , ଫ୍ୟାନ, ଟିଭି, ପାଣି ମଟର ଚାଲୁନଥିବା ପ୍ରକାଶ କରି ପୁନର୍ବାର ଆଜି ବିଭାଗୀୟ ଅଧିକାରୀଙ୍କ ନିକଟକୁ ଅଚଳ ଅବସ୍ଥାରେ ଥିବା ଟ୍ରାନ୍ସଫର୍ମର ବଦଳରେ ନୁତନ ଟ୍ରାନ୍ସଫର୍ମର ସ୍ଥାପନ ନିମନ୍ତେ ଏକ ଦାବି ପତ୍ର ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗଙ୍କ ନିକଟକୁ ପତ୍ର ଲେଖିବାର୍ ସହିତ ମୁଖ୍ୟ ମନ୍ତ୍ରୀ, ମାନ୍ୟବର ମନ୍ତ୍ରୀ ଶକ୍ତି ବିଭାଗ, ଜିଲ୍ଲାପାଳ ଓ ଟିପିଏସଓଡିଏଲକୁ ଏକକିତା ନକଲ ପ୍ରେରଣ କରିବା ନିମନ୍ତେ ବୈଠକ କରି ନିଷ୍ପତି ନେଇଛନ୍ତି। ଦାବି ପତ୍ରରେ ଉଲ୍ଲେଖ ରହିଛି ଯେ, ଆସନ୍ତା ୭ ( ସାତ) ଦିନ ମଧ୍ୟରେ ବିଦ୍ୟୁତ ସମସ୍ୟାର ସମାଧାନ କରିବା ଏବଂ ୭ ( ସାତ) ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ରାଜ ରାସ୍ତା ଉହ୍ଲାଇବାକୁ କଡ଼ା ଚେତାବନୀ ଦିଆଯାଇଛି। ଦାବି ପତ୍ରରେ ଏହା ମଧ୍ୟ ଉଲ୍ଲେଖ ରହିଛି ଏଥି ପାଇଁ କୌଣସି ଅସୁବିଧା ହୁଏ ତେବେ ବିଭାଗୀୟ ଅଧିକାରି ଦାୟୀ ରହିବେ। ବୈଠକରେ ୱାର୍ଡ ମେମ୍ବର ମିନାକ୍ଷୀ ପ୍ରଧାନ, ରଞ୍ଜିତା ପ୍ରଧାନ, ବୈକୁଣ୍ଠ ପ୍ରଧାନ, ବିରଞ୍ଚି ପ୍ରଧାନ, ବେଦଲା ପ୍ରଧାନ, କଳ୍ପନା ପ୍ରଧାନ, ପ୍ରଦୀପ ପ୍ରଧାନ, ବନିତା ପ୍ରଧାନ, ସୁନିତା କହଁର ମମତା ପ୍ରଧାନ ଓ ଅନ୍ୟମାନେ ସାମିଲ ହୋଇଥିଲେ। ୫ ବର୍ଷର ଅଚଳ ଟ୍ରାନ୍ସଫର୍ମର ବଦଳରେ ନୂତନ ଟ୍ରାନ୍ସଫର୍ମର ପାର୍ଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0