।। ଦୂଷିତ ପାଣି ଛାଡୁଥିବାରୁ ରାଇସ ମିଲ ଫାଟକ ସମ୍ମୁଖରେ ବିକ୍ଷୋଭ । ପଚା ପାଣି ଦୂର୍ଗନ୍ଧରେ ଲୋକେ ତ୍ରାହି ତ୍ରାହି ଡାକିଲେଣି ।।

May 28, 2024 - 12:02
 0  19
।। ଦୂଷିତ ପାଣି ଛାଡୁଥିବାରୁ ରାଇସ ମିଲ ଫାଟକ ସମ୍ମୁଖରେ ବିକ୍ଷୋଭ ।                              ପଚା ପାଣି ଦୂର୍ଗନ୍ଧରେ ଲୋକେ ତ୍ରାହି ତ୍ରାହି ଡାକିଲେଣି ।।

ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତରେ ରହିଛି ନାରାୟଣୀ ରାଇସ ମିଲ। ଏହି ସଂସ୍ଥା ଏଠାରେ ବସିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଲୋକଙ୍କୁ ମିଠା ମିଠା କଥା କହି ସେମାନଙ୍କ ଜମିବାଡ଼ି ନେଇ ମିଲ ବସାଇଥିଲେ। ଲୋକେ ଭାବିଲେ ରାଇସ ମିଲ ହେଲା ଏଥର ଧାନ ଚାଷ ବଢ଼ିବ ଚାଷୀ ଉଚିତ୍ ମୂଲ୍ୟ ପାଇବ,ଏଥିସହ ସ୍ଥାନୀୟ ପିଲାମାନେ ନିଯୁକ୍ତି ପାଇବେ ବୋଲି ଆଶା କରିଥିଲେ। ହେଲେ ମିଲ ହେବା ପରେ ସ୍ଥାନୀୟ ଲୋକଙ୍କ ସ୍ବପ୍ନ ଭାଙ୍ଗି ଗଲା। ଏହି ମିଲ କର୍ତ୍ତୃପକ୍ଷ ଜଣେ ସ୍ତ୍ରୀ ଲୋକର ଜମି ମାଡ଼ି ବସିଛନ୍ତି ଯେ ନିଯୁକ୍ତି ନାଁ ଧରୁ ନାହାନ୍ତି। ପୁଣି ମିଲରୁ ବର୍ଜ୍ୟ ବସ୍ତୁ ଓ ବ୍ୟବହୃତ ଦୂଷିତ ପାଣି ଫିଲଟର ନହୋଇ ମିଲାରୁ ବାହାରି ସିଧା ପାଖ ଆଖ ଚାଷ ଜମିରେ ଜମା ହେଉଛି। ଏହି ପାଣି ପିଇ ସେଠାରେ ଅନେକ ଗାଈ ଗୋରୁ ଛେଳି ମେଣ୍ଢା ମଲେଣି ବୋଲି ଅଭିଯୋଗ ହୋଇଛି ତେବେ କମ୍ପାନୀ କର୍ତ୍ତୃପକ୍ଷ କିଛି ଶୁଣିବାକୁ ନାରାଜ। ଏହି ଦୂଷିତ ପାଣି ଲାଗି ପ୍ରବଳ ପଚା ଗନ୍ଧ ହେଉଛି ଯେ ପାଖ ଆଖ ଲୋକମାନେ ଯମ ଯନ୍ତ୍ରଣା ପାଇଲେଣି। ମିଲ ମ୍ୟାନେଜର ସ୍ୱାଇଁ ବାବୁ ସବୁ ଜାଣି ନଜାଣିବା ପରି ହେଉଛନ୍ତି। ତେଣୁ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ମିଲ ଫାଟକ ସମ୍ମୁଖରେ ମିଳିତ ହୋଇ ବିକ୍ଷୋଭ କରିଥିଲେ। ସେମାନେ କହି ଥିଲେ ଏହି ଦୂଷିତ ପାଣି ଛାଡ଼ିବା ତୁରନ୍ତ ବନ୍ଦ କରିବା ସହ ଲୋକଙ୍କୁ ହକ ଚାକିରୀ ଦିଅ। କମ୍ପାନୀ ପକ୍ଷରୁ ବ୍ୟବସ୍ଥା ନହେଲେ ଫାଟକରେ ତାଲା ପକାଇ ଦେବେ ଲୋକେ କହିଛନ୍ତି

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ